ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୩ ପାଳନ !

ଢେଙ୍କାନାଳ: ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ ଙ୍କ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେ ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ପକ୍ଷ -୨୦୨୩ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି।
ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟର ସ୍ଵୀୟ ବାର୍ତ୍ତାରେ ଭାରତରେ ସ୍ୱଚ୍ଛତା ପକ୍ଷ -୨୦୨୩ ପାଳନର ଆବଶ୍ୟକତା ଓ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିଥିବାରୁ ସମସ୍ତେ ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ଦରକାର ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ – ଶିକ୍ଷକ ବୈଠକ ମାଧ୍ୟମରେ ସ୍ବଚ୍ଛତା କାର୍ଯକାରୀ ଯୋଜନା ଫର୍ଦ୍ଦ ପ୍ରସ୍ତୁତି,ବିଦ୍ୟାଳୟ ବିଶୁଦ୍ଧ କରଣ, ପାଇଖାନା, ପରିସ୍ରାଗାର, ବିଦ୍ୟାଳୟ ପରିସର ସଫେଇ ଓ ଉଚିତ୍ ବ୍ୟବହାର ତଦାରଖ, କରୋନା ଟୀକାକରଣ ସଚେତନତା, ଜଳ ସଂରକ୍ଷଣ ଓ ପାନୀୟ ଜଳର ସୁବିନିଯୋଗ,ଜଳବାହିତ ରୋଗ ସମ୍ପର୍କରେ ସଚେତନତା, ପ୍ରାକୃତିକ ସମ୍ପଦର ସଂରକ୍ଷଣ,ଗୋଟିଏ ଥର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକର ବ୍ୟବହାର ବର୍ଜନ, ପ୍ରତିଦିନ ହାତ ଧୋଇବା ଅଭ୍ୟାସ ଅବସରରେ ସ୍ୱଚ୍ଛତା ବିଷୟବସ୍ତୁ ଆଧାରିତ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରା,ରାଲି, ସ୍ବଚ୍ଛତା ସମ୍ପର୍କରେ ସେମିନାର,ପ୍ରବନ୍ଧ, କବିତା ଲିଖନ,ସ୍ଲୋଗାନ୍,ଡ୍ରଇଂ , ପେଣ୍ଟିଂ ଓ ପୋଷ୍ଟର ,ଡଷ୍ଟବିନ ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ଗୁଡିକରେ କୃତୀ ପ୍ରତିଯୋଗୀ ଛାତ୍ରୀ ଛାତ୍ର ଶୁଭସ୍ମିତା ସାହୁ,ସ୍ମିତାଶ୍ରୀ ଦେହୁରୀ, ଦୁର୍ଗା ପ୍ରସାଦ ମିଶ୍ର, ପ୍ରବନ୍ଧରେ,ବାସନ୍ତୀ ସାମନ୍ତରାୟ, ପିନାକୀ ପ୍ରିତମ ଛୋଟ୍ଟରାୟ ,ଆଦିତ୍ୟ ଷେଣ୍ଢ ଡ୍ରଇଂରେ,ପେଣ୍ଟିଂରେ ସପ୍ତମ ଶ୍ରେଣୀର ଆୟୁଷ ସାହୁ ଓ ଶ୍ରଦ୍ଧାଞ୍ଜଳି ସାହୁ,ଷଷ୍ଠ ଶ୍ରେଣୀର ବିଶ୍ୱଜିତ୍ ସାହୁ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ,ପୋଷ୍ଟରରେ ଦଶମ ଶ୍ରେଣୀର ଦେବୀ ପ୍ରସାଦ ବାରିକ୍, ଅଷ୍ଟମ ଶ୍ରେଣୀର ସମ୍ରାଟ ସାହୁ ଓ ସାଇକ୍ରିଷ୍ଣା ସ୍ୱାଇଁ ଅଭିଜିତ ବେହେରା, ଶ୍ରଦ୍ଧାଞ୍ଜଳୀ ସାହୁ, ବିସ୍ମିତା ସାହୁ କବିତା, ସ୍ଲୋଗାନ ଲିଖନରେ କ୍ରମାନ୍ୱୟରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାରୁ ପ୍ରାର୍ଥନା ସଭାରେ ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ରନିଙ୍ଗ ମେମେଣ୍ଟୋ ସବୁକୁ ପ୍ରଦାନ ପୂର୍ବକ ବରିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ, ବିଦ୍ୟାଳୟରେ କରି ଯୋଗଦାନ କରି ଏହି ସ୍ୱଚ୍ଛତା ପକ୍ଷ -୨୦୨୩ ପାଳନ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଉପଲକ୍ଷେ ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ପକ୍ଷ -୨୦୨୩ କାର୍ଯ୍ୟକ୍ରମର ସଫଳ ପାଳନ ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ପ୍ରାର୍ଥନା ସଭାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

seventeen − 2 =