ଢ଼େଙ୍କାନାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ଠାରୁ ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ଜନସମ୍ପର୍କ ଓ ସେବାକର୍ଯ୍ୟ ପାଳନ। ଏହି ପରିପ୍ରେକ୍ଷୀରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ମେଡ଼ିକାଲ ରେ ଫଳ ବଣ୍ଟନ କରି କହିଥିଲେ ରାଜ୍ୟ ସରକାର ଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ଜନକଲ୍ୟାଣ ଯୋଜନା ଦ୍ୱାରା ଆମ ଅଞ୍ଚଳର ଲୋକମାନେ ଉପକୃତ ହେଉ ଅଛନ୍ତି । ପରଜଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆହୁରି କେମିତି ଅଧିକ ଯନ୍ତ୍ରପାତି ରହିବା ସହ ଅଲ୍ଟ୍ରାସାଉଣ୍ଡ ଏବଂ ଅତ୍ୟାଧୁନିକ ଚିକିତ୍ସା ଉପରେ ସରକାର ଗୁରୁତ୍ୱ ରଖିବା ପାଇଁ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି ନିର୍ମଳ ଗଡନାୟକ, ସମାଜସେବୀ ସନ୍ଦୀପ ଖିଲାର, ଦୁଷ୍ମନ୍ତ ସାହୁ, ଶ୍ରିତମ ସାହୁ ଏବଂ ମେଡ଼ିକାଲ କର୍ମଚାରୀ ଉପସ୍ଥିତ ରହିଥିଲେ ।