ବି.ଏଡ୍‌. ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ: ରାଜ୍ୟ ମୂଳ ନିଯୁକ୍ତ ପ୍ରାଥମିକ ବି.ଏଡ୍‌. ମହାସଂଘ ଆହ୍ୱାନରେଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ବି.ଏଡ୍‌. ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବଳରାମ ମନ୍ଦିର ପରିସର ଲକ୍ଷ୍ମୀମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରେ ସଂପୂର୍ଣ୍ଣ ବିଧି ବ୍ୟବସ୍ଥା ମଧ୍ୟରେ ତଥା ଏଲିମେଂଟାରୀ ନିର୍ଦ୍ଦେଶକଙ୍କ୧୪.୦୯.୨୦୨୩ ନିର୍ଦ୍ଦେଶାନାମା ଅନୁଯାୟୀ ପ୍ରମୋଶନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମାନନୀୟା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେଅତିରିକ୍ତ ଶିକ୍ଷା ଅଧିକାରିଣୀ ସସ୍ମିତା ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଗଲା ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନାକରାଗଲା । ୧୪.୦୯.୨୦୨୩ରିଖ ନିର୍ଦ୍ଦେଶାନାମା ଅନୁଯାୟୀ କ୍ୟାଟେଗୋରୀ-୧ ରେ ଥିବାଶିକ୍ଷକମାନେ ସେବାକାଳ ମଧ୍ୟରେଉଚ୍ଚଶିକ୍ଷା ସହ ବିକଳ୍ପ ପରିବର୍ତନ କରି କ୍ୟାଟେଗୋରୀ-୨ କୁ ଯିବାକୁ ହେଲେ ଓ.ଟି.ଇ.ଟି-୨ ବାଧ୍ୟତାମୂଳକ, ତତ୍‌ସହିତକ୍ୟାଟେଗୋରୀ-୨ରେ ପୂର୍ବରୁ ଯଦି କୌଣସି ଶିକ୍ଷକ ପ୍ରମୋଶନ୍ ନେଇଥାଆନ୍ତି ତାଙ୍କୁ ରିଭର୍ସନ ବିକଳ୍ପ ଦେବା ପାଇଁ ଚିଠିରେ ଉଲ୍ଲେଖଥିବାରୁ ଏହି ଅନୁଯାୟୀ ସମୋଶନ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହେଲା । ଢେଙ୍କାନାଳ ଜିଲ୍ଲାରେ ଅନେକ ଶିକ୍ଷକକ୍ୟାଟେଗୋରୀ-୧ରେ ନିଯୁକ୍ତି ପାଇ ଚାକିରୀ କାଳ ମଧ୍ୟରେ ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିବା ସହନିୟମିତ ଦରମା ନେବା ସହ କ୍ୟାଟେଗୋରୀ – ୨ ରେ ପ୍ରମୋସନ ନେଇଛନ୍ତି ଓ ନେବାକୁ ଯାଉଛନ୍ତି । ଏହା କିପରି ସମ୍ଭବ ବୋଲିଶିକ୍ଷକମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଦେବାଶିଷ ପଟ୍ଟନାୟକ, ଜ୍ଞାନରଞ୍ଜନପତି, ବାବୁଲି ଚରଣ ସାହୁ, ପ୍ରସନ୍ନ କୁମାର ମଲ୍ଲିକ, ସନ୍ତୋଷ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଜୟଶ୍ରୀ ଭୋଳ, ମନୋଜ କୁମାରଶତପଥୀ, କାଳିନ୍ଦୀ ଚରଣ ଦେବତା, ପ୍ରୀତିବାଳା ପଟ୍ଟନାୟକ, ଅଶୋକ କୁମାର ବାରିକ, ଅନିତା ସ୍ୱାଇଁ, ରଶ୍ମିତା ଚିନ୍ନାରା, ନରୋତମପୋଥାଳ, ପୁଷ୍ପାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 + eighteen =