ଓଡିଶା ମୋ ପରିବାର ପକ୍ଷରୁ ଚଳିତ ମାସରେ ୯୦୭ ୟୁନିଟ୍ ରକ୍ତ ସଂଗ୍ରହ !
ଢେଙ୍କାନାଳ : ଢେଙ୍କାନାଳ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବାକୁ ବିଜୁ ଜନତା ଦଳ ସଭାପତି ତଥା ଓଡିଶାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ଛାତ୍ର ସଭାପତି ସୁରଜ ମହାପାତ୍ରଙ୍କ
ନେତୃତ୍ୱରେ ଢେଙ୍କାନାଳ ରକ୍ତଭଣ୍ଡାର ଏବଂ ଅନ୍ୟାନ୍ୟ ସ୍ଥାନ ଠାରେ ଅନେକଗୁଡିଏ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରଗୁଡିକରେ ଚଳିତ ମାସରେ ମୋଟ୍ ୯୦୭ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲାଉପସଭାପତି ଆଶୁତୋଷ କରଙ୍କ ପ୍ରତ୍ୟକ୍ଷ ତତ୍ୱବାଧନରେ ଢେଙ୍କାନାଳ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ମୋଟ୍ ୮୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ସୂଚନାଥାଉକି, ରକ୍ତ ବିନା ଯେପରି କାହାରି ଜୀବନ ନଯାଏ ସେଥିପାଇଁଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାରେ ରକ୍ତଦାନ ଶିବିର କରି ଗରିବଙ୍କ ଜୀବନବଂଚାଇବାରେ ସହାୟକ ହୋଇଛନ୍ତି । ଏହି ଅବସରରେ ଢେଙ୍କାନାଳରେ ରକ୍ତ ଅଭାବ ଥିବା ଖବର ଜାଣିବା ପାରେ ରାଜ୍ୟ ଖଣି, ଇସ୍ପାତ ଓପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଜିଲ୍ଲା ସଭାପତି ତଥା ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଓଡିଶା ମୋ ପରିବାରଇନ୍ଚାର୍ଜ ତଥା ବିଧାୟକ ସୁଧିର କୁମାର ସାମଲ, ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖଙ୍କ ପରାମର୍ଶକ୍ରମେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ସୂର୍ଯ୍ୟକାନ୍ତ ପରିଡା, ଅମିତ୍ ସାହୁ, ଅଭିଜିତ୍ ମହାପାତ୍ର,ରାକେଶ ବେହେରା, ସାନୁ ସାହୁ, ସ୍ୱସ୍ତିକ ସ୍ୱରୂପ ମଲ୍ଲିକ, ରାମ୍, ପ୍ରମୁଖ ସହଯୋଗ କରିଥିବାବେଳେ ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର
ପକ୍ଷରୁ ଡ. ଜୟନାରାୟଣ ପାଢୀ, ରାକେଶ ବେହେରା, ନଳିନୀପ୍ରଭା ରାଉତ, ଭୀମସେନ ବେହେରା, ସୌଭାଗ୍ୟ ମିଶ୍ର, ପୁରୁଷୋତମ
ଜେନା ପ୍ରମୁଖ ଶିବିରରେ ରକ୍ତ ସଂଗ୍ରହ କରିଥିଲେ ।