ଢେଙ୍କାନାଳ ଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଜିଲ୍ଲାପ୍ରଶାସନ ଏବଂ ସ୍ୱର୍ଗତ ଅଧିକାରୀ ସାମଲ ମେମୋରିଆଲଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ତା.୦୧ ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୫ମ ସର୍ବଭାରତୀୟ ଆମନ୍ତ୍ରଣ ଫୁଟବଲ କପ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅପରାହ୍ନ ୩ଟାରେ ଉଦଘାଟନୀ ମ୍ୟାଚ ପପୁଲାର କ୍ଲବ ଢେଙ୍କାନାଳ ଓ ତାମିଲନାଡୁର ପୋଲିସ ମଧ୍ୟରେ ଖେଳାଯିବ। ଏହିପ୍ରତିଯୋଗିତାରେ ଓଡ଼ିଶାରୁ ୪ଟି ଓ ବାହାର ରାଜ୍ୟରୁ ୮ଗୋଟି ଦଳ ଅଂଶଗ୍ରହଣ କରୁଛନ୍ତି ବୋଲି ଜିଲ୍ଲା କ୍ରୀଡ଼ାସଂସଦ ପକ୍ଷରୁ ସଂସଦ କାର୍ଯ୍ୟଳୟ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି।
ସଂଘ ଉପସଭାପତି ସଞ୍ଜୟ କୁମାର ଭଞ୍ଜ କହିଛନ୍ତି , ଏହି ପ୍ରତିଯୋଗିତାରେ ପଶ୍ଚିମବଙ୍ଗ ସେରସା(ସିକେପ) ରେଳବାଇ, ଉତ୍ତରପ୍ରଦେଶର ମର୍ନିଂ ଫୁଟବଲ କ୍ଲବ, ଦିଲ୍ଲୀର ଘରୱାଲ ଏଫ୍ସି, କେରଳର ଇଲେକ୍ଟ୍ରି ବୋଡ, ଲକ୍ଷ୍ମୀବାଇ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ଏଜୁକେଶନ ଗୋଆଲିୟର , କେରଳ ପୋଲିସ, ତାମିଲନାଡୁ ପୋଲିସ, ଜୟପୁର ଇଲାଇଟ ରାଜସ୍ଥାନ, ପପୁଲାର କ୍ଲବ ଢେଙ୍କାନାଳ, ମା’ ମଙ୍ଗଳା କ୍ଲବ ଢେଙ୍କାନାଳ, ଜଗା ୟୁନାଇଟେଡ୍ କ୍ଲବ ଭୁବନେଶ୍ୱର ଓ ସନରାଇଜ କ୍ଲବ କଟକ ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରତ୍ୟକ ଦିନ ଅପରାହ୍ନ ୩ଟାରେ ମ୍ୟାଚ ଅନୁଷ୍ଠିତହେବ। ପ୍ରଥମ ସେମିଫାଇନାଲ ୭ ତାରିଖ,
ଦ୍ୱିତୀୟ ୧୪ ଓ ଫାଇନାଲ ମ୍ୟାଚ ୧୫ ତାରିଖରେ ଖେଳାଯିବ। ଅନ୍ୟମାନଙ୍କ ମଧ୍ୟରେ ସୁନୀଲ କୁମାର ପଣ୍ଡା, ମନୋଜ କୁମାର ପଟ୍ଟନାୟକ, ଅଭିଜିତ ମିଶ୍ର, ସୁଶାନ୍ତକୁମାର ଜେନା, ପ୍ରତାପ କୁମାର ମହାନ୍ତି, ଗିରିଜାକାନ୍ତ ମହାନ୍ତି, ସୌଭାଗ୍ୟ ସାହୁ, ପର୍ଶୁରାମ ମିଶ୍ର, ବିଭୁତିଭୂଷଣ ପଟ୍ଟନାୟକ, ବସନ୍ତ କୁମାର ବେହେରା, ମାୟାଧରସାହୁ,ଶିବ ପ୍ରସାଦ ଦାସ, ସାଇ ପ୍ରସାଦ ଦଳେଇ, ବାବୁଲା ମହାନ୍ତି, ସରୋଜ କୁମାର ମହାନ୍ତି, ସଚ୍ଚିଦାନନ୍ଦ ସାହୁ, ପ୍ରଦ୍ୟୁମ୍ନ ପାଢୀ, ସରୋଜକୁମାର ପାଢୀ, ରଞ୍ଜନ କୁମାର ସାହୁ, ଶ୍ୟାମସୁନ୍ଦର ମହାପାତ୍ର, ସଞ୍ଜୟ କୁମାର ନାୟକ ଓପ୍ରେମାନନ୍ଦ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।