ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବାଣୀ ସରକାରୀ ଉଚ୍ଚ ବିଦ୍ୟାପୀଠ, ନଡିଆଳୀ ଠାରେତ୍ରିଦିବସୀୟ କ୍ରୀଡାର ଉଦ୍ଯାପନ କରାଯାଇଥିଲା । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସଦର ବ୍ଲକ୍ର ଗୋଷ୍ଠୀ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦରାଉତ ଯୋଗଦେଇ କ୍ରୀଡାର ସର୍ବାଙ୍ଗୀନ ଉନ୍ନତି ପାଇଁ କ୍ରୀଡାବିତ୍ମାନଙ୍କୁ ପ୍ରେରଣା ଦେଇଥିଲେ । ସମ୍ମାନିତ ଅତିଥି ଭାବେପୂର୍ବତନ ପ୍ରଧାନଶିକ୍ଷକ ବ୍ରଜକିଶୋର ବେହେରା ଓ ହୃଷିକେଶ ମୁଦୁଲି, ଜାତୀୟ ସ୍ତରୀୟ କ୍ରୀଡାବିତ୍ ଅକାରଣ ବେହେରା
ପ୍ରମୁଖ ଯୋଗଦେଇଥିଲେ । ବ୍ଲକ୍ର ୪ଟି ଜୋନ୍ରୁ ୩୨୫ ଜଣ ବାଳକ ଓ ବାଳିକ (୧୪ ଓ ୧୭ ବର୍ଷ ରୁ କମ୍) ପ୍ରତିଯୋଗୀ
ଓ ୩୦ଜଣ ଶାରିରୀକ ଶିକ୍ଷା ଶିକ୍ଷକ ଯୋଗଦାନ କରିଥିଲେ । କ୍ରୀଡାରେ କୃତିତ୍ୱ ହାସଲ କରିଥିବା କ୍ରୀଡାବିତ୍ମାନଙ୍କୁ ମୁଖ୍ୟ
ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବ୍ଲକ୍ର କ୍ରୀଡା ସଂପାଦକ ସୁଶିଲ କୁମାର ପଣ୍ଡା କ୍ରୀଡାର ବିବରଣୀ ପାଠ କରିବା
ସହିତ ମଂଚ ପରିଚାଳନାର ଗୁରୁ ଦାୟିତ୍ୱ ବହନ କରିଥିଲେ । ପୂର୍ବତନ କ୍ରୀଡା ସଂପାଦକ ନରେଶ କୁମାର ମହାରଣା
ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କ୍ରୀଡାକୁ ଅନିଲ ପ୍ରସାଦ ନନ୍ଦ, ସନ୍ତୋଷ କାନୁନ୍ଗୋ, ବୋନସନ ବରାଳ,
ଜଗନ୍ନାଥ ସାହୁ ଓ ଉମେଶ ଦାସ ପରିଚାଳନା କରିଥିଲେ । ବିଦ୍ୟାଳୟର କ୍ରୀଡାଶିକ୍ଷକ ଅମୀୟ କୁମାର ଧଳ, ବିଦୁର କୁମାର
ସାମଲ, ପ୍ରତ୍ୟୁଷ କୁମାର ସାହୁ, ରଞ୍ଜନ ଦେହୁରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପୂର୍ବତନ ଛାତ୍ର ଓ
ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟାବୃନ୍ଦ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର
ଛାତ୍ରୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।