ଭୁବନ ଚାନ୍ଦା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ !

ଢ଼େଙ୍କାନାଳ : ପାର୍ବଣ ଋତୁରେ ଅଶାନ୍ତ ହୋଇଛି ସୁରପ୍ରତାପପୁର । ଖୁଦୁରୁକୁଣୀ ଓଷା କୁ ଯାକଜାମକ ରେ ପାଳନକରୁଥିବା ସୁରପ୍ରତାପପୁର ରେ ଚାନ୍ଦା ମାଗି ବିଫଳ ହେବାରୁ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବେକ କାଟି ଦେଲେ ଦୁବୁର୍ତ୍ତ । ପ୍ରାରମ୍ଭିକ ସୂଚନା ମୁତାବକ ଗାଁ ର ଯୁବ କମିଟି ପକ୍ଷରୁ ମିନା ବଜାର ଆୟୋଜନ କରାଯାଇଛି । କମିଟି ସଦସ୍ୟ ବିମଳ ସ୍ୱାଇଁ ଙ୍କୁ ମଧ୍ଯ ରାତିରେ ୩ ଯୁବକ ଚାନ୍ଦା ମାଗିଥିଲେ ଚାନ୍ଦା , ନପାଇବାରୁ ମରଣାନ୍ତକ ଆକ୍ରମଣ କରି ଏକ ଧାରୁଆ ଅସ୍ତ୍ର ରେ ବିମଳଙ୍କ ବେକ କୁ କାଟି ଦେଇଥିଲେ । ପରେ ଗାଁ କମିଟି ର ସଦସ୍ୟ ଜଣଙ୍କୁ ପୋଲିସ ଜିମାରେ ଦେଇଥିବା ଜଣାପଡିଛି । ଚିକିତ୍ସା ପାଇଁ ଗୁରୁତର ଭାବେ ଆହତ ବିମଳଙ୍କୁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

3 × four =