ଢେଙ୍କାନାଳ : ଢେଙ୍କାନାଳ ଖମାରସାହିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବିକାଶ ୟୁଥ୍ କ୍ଲବ୍ର ରଜତ ଜୟନ୍ତି ଅବସରରେ
ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ସଭା ଏବଂ ମେଲୋଡି କାର୍ଯ୍ୟକ୍ରମ ଗଣଶ ପୂଜା ଅବସରରେ ପାଳିତ ହୋଇଯାଇଅଛି । ଢେଙ୍କାନାଳର
ବିଧାୟକ ସୁଧିର କୁମାର ସାମଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଲବ୍ର ବିକାଶ ମୂଳକ ଯୋଜନାକୁ ପ୍ରଶଂସା
କରିବା ସହିତ ଏହି କ୍ଲବ୍ ଅହରହ ଏହି ଅଂଚଳର ସାମୁହିକ ବିକାଶ ପାଇଁ ପ୍ରୟାସ କରୁଥିବାରୁ କ୍ଲବ୍ର ସମସ୍ତ କର୍ମକର୍ତାମାନଙ୍କୁ
ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ
ସୂର୍ଯ୍ୟମଣୀ ପ୍ରଧାନ, ଉପନଗର ପାଳ ପ୍ରକାଶ କୁଅଁର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଐରାର ନିର୍ଦ୍ଦେଶକ ସୁରେଶ ପଣ୍ଡା, ସମାଜସେବୀ
ଚକ୍ରଧର ନାଏକ, ଢେଙ୍କାନାଳ ଓକିଲ ସଂଘର ସଭାପତି ତଥା ମିଳିତ ଲକ୍ଷ୍ମୀପୂଜା କମିଟିର ସଭାପତି ଗୋପାଳ ଚନ୍ଦ୍ର ପାତ୍ର,
ପୂର୍ବତନ ନଗର ପାଳ ତଥା ମିଳିତ ବଜାର ଗଣେଶ ପୁଜା କମିଟିର ସଭାପତି ସୁଧାଂଶୁ ଦଳେଇ ପ୍ରମୁଖ ଯୋଗଦେଇ ବିକାଶ
ୟୁଥ କ୍ଲବ୍ର ରଜତ ଜୟନ୍ତି ଉତ୍ସବର ସଫଳତା କାମନା କରିଥିଲେ । ଖମାରସାହିସ୍ଥ ଅର୍ଣ୍ଣପୂର୍ଣ୍ଣା ଚାରିଟେବୁଲ୍ ଟେମ୍ପୁଲ୍ ଟ୍ରଷ୍ଟର
ସଭାପତି ସୁକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଟ୍ରଷ୍ଟର ସଂପାଦକ ସୁଶାନ୍ତ ସାହୁ ସ୍ୱାଗତ ଭାଷଣ ପ୍ରଦାନ
କରିଥିଲାବ ବେଳେ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଆଡ୍ଭୋକେଟ ବସନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ
ବିଶିଷ୍ଟ କଣ୍ଠଶିଳ୍ପୀ ଟି. ସୌରୀ, ପରିକ ଅଜିଜ୍, ସମାଜସେବୀ ଦୀପକ ମିଶ୍ର, ସମାଜସେବୀ ଚକ୍ରଧର ରାଉତ, ସମାଜସେବୀ
ଦେବାଶିଷ ମିଶ୍ର, ସମାଜସେବୀ ଶ୍ରୀକାନ୍ତ ଧଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିକାଶ ୟୁଥ୍ କ୍ଲବ୍ର ସଭାପତି ପ୍ରଭାତ
ସାହୁ, ସଂପାଦକ ସର୍ବେଶ୍ୱର ପ୍ରଧାନ, ଉପସଭାପତି ସର୍ବେଶ୍ୱର ପତ୍ରୀ, କୋଷାଧ୍ୟକ୍ଷ ବଳରାମ ବାରିକ ଉକ୍ତ କାର୍ଯ୍ୟକୁ ସଂଯୋଜନା
କରିଥିଲାବେଳେ ଉପଦେଷ୍ଟା ପ୍ରଶାନ୍ତ ବେହେରା, ପ୍ରଶାନ୍ତ ରାଉତ, ଭଗବାନ ବେହେରା, ବୁଦ୍ଧଦେବ ପ୍ରଧାନ, ହିମାଂଶୁ ସାହୁ,
ଦୀପକ ବାରିକ, ବିଭୁତି ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଥମ ସଂଧ୍ୟାରେ ଢେଙ୍କାନାଳ ସହରବାସୀ ଓଡିଶା
ଚଳଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ପରିକ୍ ଅଜିଜ୍ ଏବଂ ଟି. ସୌରୀଙ୍କର ସୁମଧୂର କଣ୍ଠରେ ସଂଗୀତରେ ଝୁମିଥିଲେ ।
୨ୟ ସଂଧ୍ୟାରେ ବିଶିଷ୍ଟ ପ୍ରବଚକ ପବିତ୍ର ମୋହନ ପ୍ରଧାନଙ୍କ ଦ୍ୱାରା ଆୟୋଜିତ ଆଧ୍ୟାତ୍ମିକ ପ୍ରବଚନକୁ ଶ୍ରବଣ କରିବା ସହିତ
ତୃତୀୟ ସଂଧ୍ୟାରେ କଙ୍କଡାହାଡ ଗ୍ରାମର ବାଦୀ ସଂକୀର୍ତନ ମଣ୍ଡଳୀ ଦ୍ବାରା ହରିନାମ ସଂକୀର୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ା ଅନୁଗୁଳ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟ୭ା ବିଜୟଲକ୍ଷ୍ମୀ ଦାସ ପ୍ରବଚନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ !