ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ ପର୍ଯ୍ୟବେକ୍ଷକଙ୍କ ପରିଦର୍ଶନ !


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଶଙ୍କରପୁର ଗ୍ରାମପଂଚାୟତର ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ ପର୍ଯ୍ୟବେକ୍ଷକ
ପରିଦର୍ଶନ କରିଛନ୍ତି । ଉକ୍ତ ରାସ୍ତା ପଥରଗଡା ଠାରୁ ପର୍ବତିଆ କାର୍ଯ୍ୟକାରୀ ହୋଇଥିଲା । ଯାହାର ଅଟକଳ ମୂଲ୍ୟ ୩ କୋଟି ୭୮ଲକ୍ଷ ୨୭ ହଜାର୮୬୬ ଟଙ୍କା ହୋଇଥିଲା । ଏହା ୨ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହୋଇଥିଲା । ଆଜି ପର୍ଯ୍ୟବେକ୍ଷକ ସୁଜାତା ମହାପାତ୍ର ପରିଦର୍ଶନ କରି ଦେଖିଥିଲେଏବଂ ଗ୍ରାମବାସୀଙ୍କ ତରଫରୁ ଶ୍ରୀମତୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା କରିବା ସହିତ ନୂଆ ରାସ୍ତାରେ ଏକ ପୋଲ ନିର୍ମାଣ ପାଇଁ ଅନୁରୋଧ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ରବିନ୍ଦ୍ର କୁମାର ବେହେରା, ଗ୍ରାମ ଉନ୍ନୟନ ଅଧିକାରୀ ଦେବାଶିଷ ମହାନ୍ତି, ସହକାରୀ ଯନ୍ତ୍ରୀ ସୌମ୍ୟରଞ୍ଜନ ବେହେରା, ସ୍ଥାନୀୟ ୱାର୍ଡ ମେମ୍ବର ବିନୋଦିନୀ ନାଏକ, ଗ୍ରାମ ସଭାପତି ଅରକ୍ଷୀତ ନାଏକ, ମାନସ ନାଏକ, ପ୍ରକାଶ ନାଏକ, ସ୍ଥାନୀୟସମିତିସଭ୍ୟ ନୀଳମଣି ରାଉତ, ସୁଶାନ୍ତ ସାହୁ, ନଳିନୀ ନାଏକ, ମାମା ନାଏକ, ପ୍ରଭାସିନୀ ନାଏକ, ପ୍ରଜ୍ଞାପରମିତା ନାଏକ, ସପ୍ତଶଯ୍ୟା ପଂଚାୟତରପୁର୍ବତନ ସରପଂଚ ଲୁଲୁ ସାହୁ ଏବଂ ଠିକାଦାର ପ୍ରଦୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ରାସ୍ତାଟି ସୁନ୍ଦର ହୋଇଥିବାରୁ ଗ୍ରାମବାସୀମାନେ
ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସାଂସଦ ମହେଶ ସାହୁ ଏବଂ ସଦରବିଧାୟକ ସୁଧିର କୁମାର ସାମଲଙ୍କୁ କୃତଜ୍ଞତା ଜଣାଇଥିଲେ । ପରିଶେଷରେସମସ୍ତଙ୍କୁ ସ୍ଥାନୀୟ ସରପଂଚଙ୍କ ଦ୍ୱାରା ଧନ୍ୟବାଦ ଦିଆଯାଇଥିଲା ।

Leave A Reply

Your email address will not be published.

four × 3 =