ଢେଙ୍କାନାଳ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିଲା : ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି-ଧର୍ମେନ୍ଦ୍ର ପ୍ରଧାନ
ଢ଼େଙ୍କାନାଳ : ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିବା ଏ ଅଞ୍ଚଳ ପାଇଁ ଆନନ୍ଦର ମୁହୂର୍ତ୍ତ। ପୂର୍ବରୁ ଗତ ମେମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓଡା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିଲା। ଦ୍ୱିତୀୟବନ୍ଦେ ଭାରତ ଟ୍ରେନର ପୁରୀ ରୁ ଢେଙ୍କାନାଳ ଦେଇ ରାଉରକେଲା ପର୍ଯ୍ୟନ୍ତ ଶୁଭାରମ୍ଭ ହୋଇଛି। ମୋଦି ସରକାର ଆସିବା ପରେ ଓଡ଼ିଶାର ରେଳ କ୍ଷେତ୍ରରେସର୍ବାଙ୍ଗୀନ ବିକାଶ ହେଉଛି। ଏହା ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଢେଙ୍କାନାଳ ଠାରେ ବନ୍ଦେ ଭାରତ ଏକ୍ସପ୍ରେସ୍ କୁ ସ୍ୱାଗତ କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଓଡ଼ିଶାକୁ ମିଳିଥିବା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ର ଶୁଭାରମ୍ଭକାର୍ଯ୍ୟକ୍ରମ ପରେ ସେହି ଟ୍ରେନ୍ ଯୋଗେ ଆସି କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରଥମେ ଢେଙ୍କାନାଳରେ ପହଞ୍ଚିଥିଲେ। ଏହିଅବସରରେ ଢେଙ୍କାନାଳ ଠାରେ ମାତୃଶକ୍ତିଙ୍କ ପକ୍ଷରୁକେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ବିଶ୍ୱକର୍ମା ପୂଜା ଅବସରରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଛି। ସମାଜର ବଞ୍ଚିତ ବର୍ଗରୁ ପ୍ରତିନିଧିତ୍ୱ କରୁଥିବା ଶିଳ୍ପୀ, କାରିଗର , କମାର, ବଣିଆ, କୁମ୍ଭାର, ମୂର୍ତ୍ତିକାର, ମୋଚି, ରାଜମିସ୍ତ୍ରି, ଧୋବା ଭଳି ପାରମ୍ପରିକ ବୃତ୍ତିରେ ନିୟୋଜିତ ଲୋକମାନଙ୍କୁ ପରିଚୟ ପତ୍ର ସହ ପ୍ରଶିକ୍ଷଣ ଦିଆଯିବ। ୧୫ ହଜାର ଟଙ୍କା କିଟ ଓ ଅନ୍ୟ ଆର୍ଥିକ ସହଯୋଗ ମିଳିବ। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ କମ୍ସୁଧରେ ଋଣ ମିଳିବ। ସେହିପରି ନୂଆ ସଂସଦ ଭବନରେ ଐତିହାସିକ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ’ ଗୃହୀତ ହୋଇଛି। ଦେଶର ମହିଳାମାନଙ୍କୁବିଧାନସଭା ଓ
ଲୋକ ସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁଏହି ବିଲ୍ ପାରିତ ହୋଇଛି। ମୋଦି ସରକାର ଏପରି
ଯୁଗାନ୍ତକାରୀ ପଦକ୍ଷପ ନେଇଛନ୍ତି। ‘ନାରୀ ଶକ୍ତିବନ୍ଦନ ଅଧିନିୟମ ’, ପିଏମ୍ ବିଶ୍ୱକର୍ମା ଯୋଜନା ଓ ଅନୁଗୋଳ , ତାଳଚେର ଏବଂ ଢେଙ୍କାନାଳରେ ବନ୍ଦେ ଭାରତଏକ୍ସପ୍ରେସ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ବନ୍ଦେ ଭାରତ ଏକ୍ସପ୍ରେସ ଅପରାହ୍ନ ସାଢେ ୨ଟାରେଢେଙ୍କାନାଳରେ ପହଞ୍ଚିଥିଲା। ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ରେନ୍ କୁ ସ୍ୱାଗତ କରିଥିଲେ। ଏହି ଏକ୍ସପ୍ରେସ ଦେଖିବାକୁ ଷ୍ଟେଶନରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ସେହିପରି ଢେଙ୍କାନାଳରବିଭିନ୍ନ ସଙ୍ଗଠନ ସମେତ ଜନସାଧାରଣ ବନ୍ଦେ ଭାରତ ଏକ୍ସପ୍ରେସ୍ କୁ ସ୍ୱାଗତ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସ୍ୱାଗତ କରିଥିଲେ। ଭାଜପା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥଲା। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲା ଭାଜପା ସଭାପତି ନରେଶଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବରିଷ୍ଠ ନେତା ନିରୋଜ ନଳିନୀ ମହାଳିକ, ନବକିଶୋର ଗୁରୁ, ମାତୃପ୍ରସାଦ ନନ୍ଦ, ସୁନୀଲ ଶର୍ମା, ମହିମା ଯଶୋବନ୍ତ, ଭାରତୀ ସ୍ୱାଇଁ, ରତ୍ନପ୍ରଭା ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।