ଢେଙ୍କାନାଳ : ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପିସିସି ମିଡିଆସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ନିର୍ମଳ ମିଶ୍ର (ଆଇନ୍ଜୀବୀ)ଙ୍କୁ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି । ପୂର୍ବରୁ ଶ୍ରୀ ମିଶ୍ର ଢେଙ୍କାନାଳ ପ୍ରଚାର କମିଟି ଅଧ୍ୟକ୍ଷ, ଉପସଭାପତି ଓ ସାଧାରଣ ସମ୍ପାଦକ ପଦବୀରେ ରହି ସୂଚାରୁ ରୂପେ କାର୍ଯ୍ୟ କରିଆସୁଥିଲେ ।
ପେଷାରେ ଆଇନ୍ଜୀବୀ ରହି କଂଗ୍ରେସ ଦଳ ପାଇଁ ଶ୍ରୀ ମିଶ୍ରଙ୍କ ତ୍ୟାଗ ଅତୁଳନୀୟ । ସେ କଂଗ୍ରେସ ଦଳର ଦକ୍ଷ ସଂଗଠକ, ଟାଣୁଆ ନେତା ତଥାଅଗ୍ନିବର୍ଷୀ ବକ୍ତାରୂପେ ପରିଚିତ । ଏହି ନିଯୁକ୍ତି ପାଇଁ ସେ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍ଗେ, ଓଡିଶା ପ୍ରଭାରୀ ଡାକ୍ଟର ଏ.ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ତଥା ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତିସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଓ ପ୍ରେମ ଶଙ୍କର ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନକରିଛନ୍ତି ବୋଲି ଜିଲ୍ଲା ସଭାପତି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।