ଢ଼େଙ୍କାନାଳ : ଗଁନ୍ଦିଆ ବ୍ଲକର ନୂଆ ନାଗେନା ପଞ୍ଚମୁଖୀ ହନୁମାନ ମନ୍ଦିର ରେ “ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ” ଆନୁକୁଲ୍ୟରେ ଏକ “ବନ୍ଧୁ ମିଳନ ” କାର୍ଯ୍ୟକ୍ରମ ନବୀନ ନନ୍ଦ ,ପୂର୍ବତନ ବିଧାୟକ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବନ୍ଧୁ ମିଳନ ଅବସର ରେ ମୁଖ୍ୟ ଅତିଥି ରୂପେ ଗଁନ୍ଦିଆ ର ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକ ଓ ସମ୍ମାନିତ ଅତିଥି ରୁପେ ବିଶିଷ୍ଟ ସାହିତ୍ୱିକ ଇନ୍ଦ୍ରମଣି ନାୟକ ଓ ସନାତନ ସାହୁ ,ଗଁନ୍ଦିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଯୋଗ ଦାନ କରିଥିଲେ ।ଅନ୍ୟତମ ଅତିଥି ରୂପେ ଶଙ୍କରପୁର ର ପୂର୍ବତନ ସରପଞ୍ଚ ରମେଶ ରାଉତ, ସପ୍ତସଯ୍ୟା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ମାନସ ରଞ୍ଜନ ବାଘ୍ , ମଙ୍ଗଳପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଜିତେନ୍ଦ୍ର କୁମାର ବେହେରା, ବିଧାରପୁର ର ପୂର୍ବତନ ସରପଞ୍ଚ ନାରାୟଣ ମଲିକ, ପ୍ରଫୁଲ୍ଲ ପରିଡ଼ା, ମାନସ ରଞ୍ଜନ ସାହୁ ,ଶେଷାନନ୍ଦ ମିଶ୍ର , ପୂର୍ବତନ କାଉନସିଲର ଲିଙ୍ଗରାଜ ସାହୁ, ସୌମ୍ୟ ରଞ୍ଜନ ହୋତା ,ଯୁଗଳ ନାୟକ, ଚିତ୍ତରଞ୍ଜନ ସାହୁ, ମହେନ୍ଦ୍ର ପିଙ୍ଗୁଆ ,ଭୀମସେନ ହେମ୍ବ୍ରମ,ନରେନ୍ଦ୍ର ମୁଣ୍ଡା ,ଶିବ ଲାଲ କଲୁଣ୍ଡିଆ, ଅସିତ୍ ମହାନ୍ତି ,ଭାଗ୍ୟବାନ ପ୍ରଧାନ ,ପ୍ରତ୍ୟୁଷ କୁମାର ଜେନା, ଶାନ୍ତି ସ୍ୱରୂପ ଜେନା ,ଗୋପାଳ ମହାରଣା , ସୁବାସ ସାହୁ,ମାନସ ସାହୁ ,ବୀରବର ବାରିକ , ପଦନ ଚରଣ ସାହୁ, ବସନ୍ତ ମଲ୍ଲିକ , ସୁଶାନ୍ତ ପରିଡ଼ା ଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗଦାନ କରିଥିଲେ ।
ଉକ୍ତ ସଭାରେ ସଭାପତି ଶ୍ରୀ ନନ୍ଦ ଢେ଼ଙ୍କାନାଳ ରେ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଢେ଼ଙ୍କାନାଳ ବଡ ମେଡିକାଲ ରେ ଆବଶ୍ୟକୀୟ ଡାକ୍ତର ଅଭାବ,ଜଳ ସେଚନ ର ବ୍ୟାପକ ଅବ୍ୟବସ୍ଥା , ସ୍କୁଲ ଗୁଡିକରେ ଶିକ୍ଷକ ଅଭାବ , ଗ୍ରାମାଞ୍ଚଳ ରେ ପାନୀୟ ଜଳ ର ଅଭାବ, ବ୍ଲକ ଗୁଡ଼ିକରେ ବ୍ୟାପକ ଦୁର୍ନୀତି ଓ ଶୋଷଣ , ଟାଟା ପାୱାର ର ଅଘୋଷିତ ବିଦ୍ୟୁତ୍ କାଟ ସାଙ୍ଗରେ ଗନ୍ଦିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ୧୦ବର୍ଷ ଧରି ଶିଶୁ ବିଶେଷଜ୍ଞ ଓ ପ୍ରସୂତି ବିଶେଷଜ୍ଞ ପଦବୀ ଖାଲି ଓ ଦୀର୍ଘ ଦିନ ଧରି ପୋଷ୍ଟ ମର୍ତମ ସେଣ୍ଟର୍ କାର୍ଯ୍ୟକ୍ଷମ ନହେବା ଯୋଗୁଁ ଜନ ଅସନ୍ତୋଷ ହେଉଛି ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ମଙ୍ଗରାଜ ବାରିକ ଆଗାମୀ ଦିନ ରେ କୌଣସି ଦଳୀୟ ଟିକେଟ କୁ ଅପେକ୍ଷା ନକରି ଗ୍ରାମାଞ୍ଚଳ ରେ ୱାର୍ଡ ସ୍ତର ରୁ ସଙ୍ଗଠନ କୁ କ୍ରିୟାଶୀଳ କରିବାକୁ ମତ ବ୍ୟକ୍ତ କରି ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା କୁ ଲୋକ ଲୋଚନ କୁ ଆଣି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକ ସ୍ତିର ହୋଇଥିଲା । ଗଁନ୍ଦିଆ ମେଡିକାଲ ରେ ଲାଗିରହିଥିବା ଅବ୍ୟବସ୍ଥା ,ଶିଶୁ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି ଓ ପୋଷ୍ଟ ମର୍ତମ୍ ସେଣ୍ଟର୍ କୁ କାର୍ଯ୍ୟକ୍ଷମ କରିବା ଦାବି ରେ ଏକ ଦାବିପତ୍ର “ଜିଲ୍ଲା ପ୍ରଶାସନ” କୁ ଦିଆଯିବା ପାଇଁ ସ୍ଥିର କରାଯାଇଥିଲା ।
ଯଦି ଚଳିତ ମାସ ଶେଷ ସୁଦ୍ଧା ଦାବି ପୁରଣ ନହୁଏ ତେବେ ଆସନ୍ତା ଅକ୍ଟୋବର ୨ ତାରିଖ (ଗାନ୍ଧୀ ଜୟନ୍ତୀ) ଦିନ ୯ଘଟିକା ଠାରୁ “ଗଣ ଧାରଣା ଓ ଅନଶନ ଧର୍ମଘଟ” କରିବା ପାଇଁ ଏହି ବୈଠକ ରେ ନିଷ୍ପତି ନିଆଯାଇଅଛି ।
ଏହି ବୈଠକରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ତରଫରୁ ଆସନ୍ତା ଅକ୍ଟୋବର/ ନଭେମ୍ବର ମାସରୁ ନିର୍ବାଚନ ମଣ୍ଡଳୀ ରେ “ଜନ ସଚେତନତା ଯାତ୍ରା ” କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପାଇଁ ନିଷ୍ପତି ନିଆଗଲା । ଏହି “ଜନ ସଚେତନତା ଯାତ୍ରା” ରେ ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କ ମୁଖ୍ୟ ସମସ୍ୟା ଗୁଡିକ ସରକାରୀ ଦଳ ର ବିଧାୟକ କିଭଳି ଦୀର୍ଘ ଦିନ ଧରି ଅବହେଳା ପ୍ରଦର୍ଶନ କରୁଛନ୍ତି ତାହା ଜଣାଇ ବାକୁ ସ୍ଥିର କରାଯାଇଥିଲା । ଆଗାମୀ ଦିନରେ ଜନ ସାଧାରଣ ଙ୍କର୍ ସମସ୍ୟା କୁ ସରକାର ଅଣଦେଖା କଲେ ଆନ୍ଦୋଳନ କରାଯିବା ପାଇଁ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରାଗଲା ଓ ଆଗାମୀ ଅକ୍ଟୋବର ୨ ତାରିଖରେ ହେବାକୁ ଥିବା “ଗଣ ଧାରଣା ଓ ଅନଶନ ଧର୍ମଘଟ” କୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ଆବାହକ ଶ୍ରୀ ନନ୍ଦ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।