ମୟୁର ଅନୁଷ୍ଠାନର ଅଷ୍ଟମ ସପ୍ତଶଯ୍ୟା ମହୋତ୍ସବ ପାଳିତ !

ଢେଙ୍କାନାଳ: ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ ଠାରେ ମୟୁର ଅନୁଷ୍ଠାନ ତରଫରୁ ସମ୍ପାଦକବନମାଳୀ ମଲ୍ଲିକଙ୍କ ସହାୟତାରେ ଏବଂ ସଭାପତି ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅଷ୍ଟମ ସପ୍ତଶଯ୍ୟା ମହୋତ୍ସବମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇଥିଲେ
ା ଏହି ପରିପ୍ରେକ୍ଷୀରେ ନୃତ୍ୟକଳା ପ୍ରତି ସମସ୍ତଙ୍କର ସ୍ନେହ ସଦିଚ୍ଛା ଅତୁଟ ରହୁ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ସମ୍ମାନୀୟଅତିଥି ଭାବରେ ଜିଲ୍ଲାପରିଷଦର ସଭ୍ୟା ମମତାଞ୍ଜଳି ବେହେରା, ମୁଖ୍ୟବକ୍ତା ଭାବେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁତ୍ର ତଥା କଟକ ଉଚ୍ଚନ୍ୟାୟାଳୟର ଆଇନ୍‌ଜୀବୀ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଯୋଗଦେଇ ତାଙ୍କର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ତାଙ୍କ ମତରେ ବାଜି ରାଉତମାଟିରେ କଳା ସଂସ୍କୃତିକୁ ଉଦ୍‌ଜୀବିତ ରଖିଲେ ଏ ବୀରମାଟି ଧନ୍ୟ ହୋଇ ପାରିବ ଏବଂ ଏଇ ଅନୁଷ୍ଠାନର ଅଷ୍ଟମ ସପ୍ତଶଯ୍ୟା ମହୋତ୍ସବଓ ୨୩ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିବା ପରିପ୍ରେକ୍ଷୀରେ ଅତ୍ୟନ୍ତ ଆନନ୍ଦର କଥା ବୋଲି ମତବ୍ୟକ୍ତ କରିଥିଲେ । ଆୟୋଜିତ
ସଭାରେ ସମ୍ପାଦକ ବନମାଳି ମଲ୍ଲିକ ଅନୁଷ୍ଠାନର ବିଗତ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ସଂଧ୍ୟା ୫ଟା ରୁ ୬ଟା ପର୍ଯ୍ୟନ୍ତପଦ୍ମାବତୀ ସାହୁ ଏବଂ ପ୍ରମୋଦ ଚନ୍ଦ୍ର ମହାପାତ୍ରଙ୍କର ଅଧ୍ୟକ୍ଷତାରେ ସାଇ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଇଭଜନ ସଂଧ୍ୟାକୁ ଦୀପକ କୁମାର ମଲ୍ଲିକ ପରିଚାଳନା କରିଥିଲେ । ଏହି ଅନୁଷ୍ଠାନରେ ନୃତ୍ୟ ପରିବେଷଣ ହୋଇଥିଲା । ଏଥିରେ ରିଙ୍କିଲ୍‌ଡ୍ୟାନ୍ସ ଗ୍ରୁପ୍‌, ସାଧନା ନୃତ୍ୟ କେନ୍ଦ୍ର, ମୟୁରୀ ଡ୍ୟାନ୍ସ ଏକାଡେମୀ ଏବଂ ମୟୁର ଅନୁଷ୍ଠାନର କଳାକାରମାନେ ଅଂଶଗ୍ରହଣ କରିଥିଲେ । ତତ୍‌ସହିତ ଏଇ ଅନୁଷ୍ଠାନ, ଚନ୍ଦ୍ରାୟନ-୩ରେ ସହଯୋଗ କରିଥିବା ବୈଜ୍ଞାନିକ ରଶ୍ମି ବେହେରାଙ୍କୁ ଶିକ୍ଷା ସମ୍ମାନ, କୈଳାସ ଚନ୍ଦ୍ର ଦେହୁରୀଙ୍କୁ
ସେବା ସମ୍ମାନ, ପ୍ରୀତିପୂଜା ବୈଶାଖକୁ ନୃତ୍ୟ ସମ୍ମାନ, ଶିବାନୀ ପ୍ରିୟଦର୍ଶିନୀ ନନ୍ଦଙ୍କୁ ସଙ୍ଗୀତ ସମ୍ମାନ, ସୁବାସ ଚନ୍ଦ୍ର ମଲ୍ଲିକଙ୍କୁ ଲୋକକଳାସମ୍ମାନ ଓ ସୁମିତ୍ରା ରାଉତଙ୍କୁ ନାଟ୍ୟ ସମ୍ମାନରେ ସମ୍ମାନିତ କରିଥିଲେ । ଏଇ ସଂଧ୍ୟା ଅଧିବେଶନରେ ଲେଖିକା ସଂସଦ ଢେଙ୍କାନାଳ ଶାଖାରଆବାହିକା ସୁକାନ୍ତ ସାହୁ (ପୁତ୍ରବଧୂ) ସ୍ୱାଧୀନତା ସଂଗ୍ରାମୀ ଭଜମନ ସାହୁଙ୍କର \”\”ଗଡଜାତ ଆନ୍ଦୋଳନ\’ରେ ତାଙ୍କର ଭୂମିକା ଉପରେପ୍ରବନ୍ଧଟିକୁ ପାଠ କରିଥିଲେ । ସର୍ବଶେଷରେ ସଂପାଦକ ବନମାଳି ମଲ୍ଲିକ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।

Leave A Reply

Your email address will not be published.

15 − 3 =