“ବିକାଶ ଫାଉଣ୍ଡେସନ ଟ୍ରଷ୍ଟ” ଦ୍ୱାରା ଆୟୋଜିତ ମେଗା ସ୍ୱାସ୍ଥ୍ୟସେବା ଶିବିରର ଲାଭ ନେଲେ ଗ୍ରାମବାସୀ-ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଃଶୁଳ୍କ ଔଷଧର ଲାଭ ନେଲେ ନାଗରିକ !
- ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିତ ପରାମର୍ଶ ପ୍ରଦାନ କଲେ ଡାକ୍ତର
ଢେଙ୍କାନାଳ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରୁ ଆରମ୍ଭ ହୋଇଥିବା \”ସେବା ପକ୍ଷ\’ କାର୍ଯ୍ୟକ୍ରମ
ଅନ୍ତର୍ଗତ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ୧୭ ସେପ୍ଟେମ୍ବରରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବାମେଗା ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ ସୋମବାର ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ସଦର ବ୍ଲକ୍ ବଣସିଂହ ଏବଂପରଜଙ୍ଗ ବ୍ଲକ୍ ବସୋଇରେ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ଅଂଚଳର ହଜାର ହଜାର ନାଗରିକମାନେ ବିଶେଷଜ୍ଞ ଡାକ୍ତରମାନଙ୍କ ପାଖରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାସହ ନିଃଶୁଳ୍କ ଔଷଧର ଲାଭ ନେଇଛନ୍ତି । ଏହି ଶିବିରରେ ନିୟୋଜିତ ଡାକ୍ତରମାନେ ଯୋଗଦେଇ ଲୋକମାନଙ୍କ ସ୍ୱାସ୍ଥ୍ୟଅବସ୍ଥା ପଚାରି ବୁଝିବା ସହ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିତ ପରାମର୍ଶ ପ୍ରଦାନ କରିଥିଲେ ।
ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଲୋକକଲ୍ୟାଣ ଏବଂ ଜନସେବାକୁ ଗୁରୁତ୍ୱ ଦେଇ ଆସିଛନ୍ତି ।ସବୁବେଳେ ଲୋକଙ୍କ ସେବା କରିବା ପାଇଁ ତତ୍ପର ରହୁଥିବା ପ୍ରଧାନମନ୍ତ୍ରୀ ସେବାକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ସେବା ସମର୍ପଣ ଅଭିଯାନରେ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଦେବଗଡ ଜିଲ୍ଲାର ୨୫ଟିସ୍ଥାନରେ ଆୟୋଜନ କରାଯାଇ ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ଲାଭ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ଶିବିରରେମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିରୁପଣ, ନିଦାନ ପରୀକ୍ଷା ସହ ଔଷଧ ବିତରଣ ମଧ୍ୟ କରାଯାଉଛି । ବିଭିନ୍ନ ବିଭାଗର ୨୫ରୁ ଉର୍ଦ୍ଧ୍ୱ ଅଭିଜ୍ଞ ଡାକ୍ତର, ୫୦ରୁ ଉର୍ଦ୍ଧ୍ୱ ସେବିକା ଓ ସ୍ୱାସ୍ଥ୍ୟକର୍ମୀ ତଥା ୭୦୦ ସ୍ୱେଚ୍ଛାସେବୀ ଏହି ଶିବିରକୁ ସଫଳ କରିବା ପାଇଁ ଅଂଶଗ୍ରହଣ କରିଛନ୍ତି ।