ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସହିଦମାନଙ୍କୁ ଉଚିତ୍ ସମ୍ମାନ ଦେବା ପାଇଁ ଗତ ଢେଙ୍କାନାଳ ବିଜେପି ନଗର ମଣ୍ଡଳରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସ୍ଥାୟୀନିମନ୍ତ୍ରିତ ଅତିଥି ରାମଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ “ମୋ ମାଟି-ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟଚନ୍ଦନ ବଜାରସ୍ଥିତ ତାରିଣୀ ମନ୍ଦିରରେ ଅମୃତ କଳସକୁ ପୂଜାପାଠ କରି ଢେଙ୍କାନାଳ ପୌରପାଳିକା ଜୟନ୍ତୀ ପାତ୍ର କାର୍ଯ୍ୟକ୍ରମକୁଶୁଭାରମ୍ଭ କରିଥିଲେ । ସଂକୀର୍ତନ, ବାଜା, ହୁଳହୁଳି, ହରିବୋଲ ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ୧୬, ୧୭ ଓ୨୦ ନମ୍ବର ୱାର୍ଡରେ ଅମୃତ କଳସରେ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା । ପବିତ୍ର ମାଟି ସଂଗୃହୀତ ହୋଇଥିବା ଏହିଅମୃତ କଳସଟିକୁ ଦିଲ୍ଲୀକୁ ପଠାଯାଇ ସେଠାରେ ସହିଦମାନଙ୍କ ସମ୍ମାନାର୍ଥେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକାରେ ସ୍ଥାପନ
କରାଯିବ । ଏହି କାର୍ଯ୍ୟକ୍ରମରେ ୧୦ ସଂକୀର୍ତନ ମଣ୍ଡଳୀ, ମହିଳା ସଂଘ, ଯୁବକ ସଂଘ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ
ସାମିଲ୍ ହୋଇଥିବା ସହ ବିଜେପି ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ବିଜେପି ଜିଲ୍ଲା ଉପସଭାନେତ୍ରୀ ଭାରତୀ
ସ୍ୱାଇଁ, ନଗର ମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ପୂର୍ବତନ ନଗରମଣ୍ଡଳ ସଭାପତି ନିରୋଦ କୁମାର ସାହୁ, ଉପସଭାପତି
ଅରବିନ୍ଦ ପାଣ୍ଡେ, ସାଧାରଣ ସଂପାଦକ ବିକାଶ ସାହୁ, ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ଗୌତମ ଘୋଷ, ଯୁବମୋର୍ଚ୍ଚାନଗର ମଣ୍ଡଳ ସଭାପତି ପ୍ରତାପ ସାହୁ, କିମନ ମଲ୍ଲିକ, କାଉନ୍ସିଲର ପ୍ରତାପ ନାଏକ, ବରିଷ୍ଠ ବିଜେପି କାର୍ଯ୍ୟକର୍ତା ପ୍ରଫୁଲ୍ଲନାଏକ, ଭୀମସେନ ବେହେରା, ମମତା ବେହେରା, ସତ୍ୟାନନ୍ଦ ବେହେରା, ପ୍ରଦୀପ ମଲ୍ଲିକ, ରାଜେନ୍ଦ୍ର ପ୍ରଧାନ, ବିଦ୍ୟୁଲତାପାତ୍ର, ବଂଶୀ ପାତ୍ର, ବୀଣାପାଣି ସାହୁ, ସଂଯୁକ୍ତା ସାହୁ, ଅଞ୍ଜଳି ମହାପାତ୍ର, ଝୁନୁ ମହାପାତ୍ର, ନିରୁପମା ଦଳେଇ, ମଞ୍ଜୁଲତାଦଳେଇଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ସାମିଲ୍ ଥିଲେ ।