ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଢ଼େଙ୍କାନାଳ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାବିରୋଡ଼ ଗ୍ରାମ ପଞ୍ଚାୟତର ଅସହାୟ ବୃଦ୍ଧା ଗୁଞ୍ଜର ବେହେରା (୯୭) ଘର ନଥିବା ହେତୁ ଗ୍ରାମର ବୈଠକ ଘରେ ରହୁ ଅଛନ୍ତି । ତାଙ୍କ ପାଇଁ ସାହା ବୋଲି କହି ନାହାନ୍ତି ଏହି ଖବର ଶୁଣି ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଅସହାୟ ବୃଦ୍ଧା ଙ୍କୁ ସାହାଯ୍ୟ ସହଯୋଗ ହାତ ବଢ଼ାଇ ଛନ୍ତି । ଏନେଇ କୁହନ୍ତି , କଙ୍କଡାହାଡ଼ ବ୍ଲକ ପ୍ରଶାସନ ପକ୍ଷରୁ ରାସନ ଚାଉଳ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକା ଘର ଯୋଗାଇ ଦେବା ପାଇଁ କଙ୍କଡାହାଡ଼ ବିଡ଼ିଓ ଯଶୋବନ୍ତ ଦେହୁରୀ ଙ୍କୁ ଫୋନ ଯୋଗେ ଅନୁରୋଧ କରିଥିଲେ, ବିଡିଓ ମହୋଦୟ ସମସ୍ତ ପ୍ରକାର ପ୍ରଶାସନିକ ସହାୟତା ଯୋଗାଇ ଦେବା ପାଇଁ ପତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.

3 × 1 =