ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ: ହିନ୍ଦୋଳ ଉପଖଣ୍ଡ‌ ଅନ୍ତର୍ଗତ ବାଙ୍କଟିଆ ଗଣେଶ୍ବର କ୍ଲବ୍ ଠାରେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀନିବାସ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡର ବିଭିନ୍ନ ସ୍ଥାନରୁ ପ୍ରାୟ ୭୨ ଜଣ ସଭ୍ୟସଭ୍ୟା ଯୋଗଦେଇ ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ ବୈଠକରେ ଆଗାମୀ ୩୦ ତାରିଖ ଶନିବାର ଦିନ ବାର୍ଷିକ ଉତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହ କରାଯିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା। କିପରି ବାର୍ଷିକ ଉତ୍ସବ ସଫଳ ହେବ ତା ଉପରେ ସଭ୍ୟସଭ୍ୟା ମାନେ ମତପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ଛବିରାଜ ବିଶ୍ବାଳ,ଲଳିତ କୁମାର ଧର, ରତିକାନ୍ତ ଗଡ଼ନାୟକ ,ସଂପାଦକ ବିନୟ କୁମାର ସାମଲ,କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ପ୍ରଧାନ, ମୂଖ୍ୟ ସଂଯୋଜକ ଅର୍ଥ ସଂଗ୍ରହ ଶଙ୍କର୍ଷଣ ବିଶ୍ବାଳ ଓ ସଂଯୋଜକ ମାୟାଧର ପାଳ ଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.

13 + thirteen =