ଭୁବନ ଏନ୍. ଏ. ସି. ତରଫରୁ ସ୍ୱଚ୍ଛତା ପକ୍ଷ ଶୁଭାରମ୍ଭ !

ଢ଼େଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱଚ୍ଛତା ପକ୍ଷ ୨.୦ ର ଶୁଭାରମ୍ଭ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ୱର୍ ମନ୍ଦିର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମସ୍ତ ସ୍ୱଚ୍ଛ ସାଥୀ,ସୁପର ଭାଇଜର ଓ ଯୁବ ଗୋଷ୍ଠୀ ସାମିଲ ହୋଇ ମନ୍ଦିର ପରିସରରେ ସାମୁହିକ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ସଂଗଠିକା ଦିପାଳି ସାମନ୍ତ,ସିଟି ମିଶନ ମ୍ୟାନେଜର ଜାନକୀକାନ୍ତ ମହାନ୍ତି ପରିଚାଳନା କରିଥିଲେ। ଆସନ୍ତା ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ସ୍ୱଚ୍ଛତା ପକ୍ଷ ଉଦଯାପନ ହେବ ।

Leave A Reply

Your email address will not be published.

14 + 11 =