ଓଡିଶା ମୋ ପରିବାର ପକ୍ଷରୁ ଛାତ୍ର ନେତା ଓମ୍ ଓ ଅଭିଜିତ୍‌ଙ୍କ ନେତୃତ୍ୱରେ ୧୮୧ ୟୁନିଟ୍ ରକ୍ତ ସଂଗ୍ରହ !


ଢେଙ୍କାନାଳ : ଢେଙ୍କାନାଳ ରକ୍ତଭଣ୍ଡାରରେ ରକ୍ତର ଅଭାବ ଖବର ଜାଣି ବିଜୁ ଜନତା ଦଳ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ଓମ୍ ପ୍ରକାଶ ନାୟକ ଓ ଛାତ୍ରନେତା ଅଭିଜିତ୍‌
ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବାଧନ ଓ ଜିଲ୍ଲା ଛାତ୍ର ସଭାପତି ତଥା ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁରଜ ମହାପାତ୍ରଙ୍କ
ନେତୃତ୍ୱରେ ଢେଙ୍କାନାଳ ରକ୍ତଭଣ୍ଡାର ଠାରେ ଦୁଇଦିନିଆ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମୋଟ୍ ୧୮୧
ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସୂଚନାଥାଉକି, ରକ୍ତ ବିନା ଯେପରି କାହାରି ଜୀବନ ନଯାଏ ସେଥିପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାରେ ରକ୍ତଦାନ ଶିବିର କରି ଗରିବଙ୍କ ଜୀବନ ବଂଚାଇବାରେ ସହାୟକହୋଇଛନ୍ତି । ଏହି ଅବସରରେ ଢେଙ୍କାନାଳରେ ରକ୍ତ ଅଭାବ ଥିବା ଖବର ଜାଣିବା ପାରେ ରାଜ୍ୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଜିଲ୍ଲାସଭାପତି ତଥା ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଓଡିଶା ମୋ ପରିବାର ଇନ୍‌ଚାର୍ଜ ତଥା ବିଧାୟକ ସୁଧିର କୁମାର ସାମଲ,ସାଂସଦ ମହେଶ ସାହୁ ପ୍ରମୁଖଙ୍କ ପରାମର୍ଶ କ୍ରମେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀସଭାପତି ଦେବୀ ପ୍ରସାଦ ଭୁତିଆ, ଜିଲ୍ଲା ସାଧାରଣ ସଂପାଦକ ଦେବାଶିଷ ମିଶ୍ର, ଯୁବନେତା ଶ୍ରୀକାନ୍ତ ଧଳ, ଆଶୁତୋଷ କର, ସୁଶିଲ୍‌କୁମାର ଗୋଚ୍ଛାୟତ ଉପସ୍ଥିତ ଥିଲେ । ଏହି ଶିବିରରେ ସ୍ୱସ୍ତିକ ସ୍ୱରୂପ ମଲ୍ଲିକ, ନିଲମ୍ ପୂଜା ଲେଙ୍କା, କୁଲ୍‌ଜିତ୍ ପ୍ରଧାନ, ଶକ୍ତି ପଟ୍ଟନାୟକ,ବିକ୍ରମ ମଲ୍ଲିକ, ଆଶୀର୍ବାଦ ପ୍ରିୟଦର୍ଶିନୀ, ଉଦିତ୍ ନାରାୟଣ ଶତପଥୀ, ଅନୁପମ ସିଂ, ଅମିତ୍ ସାହୁ ପ୍ରମୁଖ ସହଯୋଗ କରିଥିବାବେଳେମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ପକ୍ଷରୁ ଡ. ଜୟନାରାୟଣ ପାଢୀ, ପରମାନନ୍ଦ ପଣ୍ଡା, ତପନ ଜେନା, ରୋହିତ କୁମାର ଦାସ, ସୌଭାଗ୍ୟମିଶ୍ର, ଅଜୟ ସ୍ୱାଇଁ, ନଳିନୀପ୍ରଭା ରାଉତ ଓ ବରୁଣ ସାହୁ ପ୍ରମୁଖ ଶିବିରରେ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.

seventeen + thirteen =