ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମେରାମଣ୍ଡଳୀରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା : ଓଡ଼଼ାପଡ଼ା ଓ ହିନ୍ଦୋଳ ବ୍ଲକ୍‌ର ୧୦୦ରୁ ଅଧିକ ଗ୍ରାମ ଏହି ଅଭିଯାନରେ ସାମିଲ !

ଢ଼େଙ୍କାନାଳ: କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଧୀନରେ ସ୍ୱାସ୍ଥ୍ୟ ଅଭିଯାନର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଂଟର ପାରିପାଶ୍ୱିର୍କ ଅଂଚଳରେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଡେଙ୍ଗୁର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ୨୦୨୩ ସେପ୍ଟେମ୍ବର ୧୧ରେ ନୂଆଗାଁ ଗ୍ରାମରୁ ଶୁଭାରମ୍ଭ କରାଯାଇଛି । 

ଏହି ଅବସରରେ ନୂଆଗାଁ ଗ୍ରାମର ପ୍ରମୁଖ ନେତା ଧର୍ମେନ୍ଦ୍ର ସେନାପତି ତଥା ନୂଆଗାଁର ସଭାପତି ଓ ସମ୍ପାଦକ ଏବଂ ଅନ୍ୟମାନଙ୍କ ମଧ୍ୟରେ ଟିଏସ୍‌ଏମ୍‌ର ମେଡିକାଲ୍ ସେବା ମୁଖ୍ୟ ଆଶିଷ ମହାପାତ୍ର, ଟିଏସ୍‌ଏଫ୍‌ର ଜନ ସ୍ୱାସ୍ଥ୍ୟ ପ୍ରବନ୍ଧକ ଗାୟତ୍ରୀ ନାୟକ ଓ ଟିଏସ୍‌ଏଫ୍‌ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଚାରପତ୍ର ବଂଟନ କରାଯିବା ସହିତ ସଂକ୍ରମଣ ରୋକିବା ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 

ଓଡ଼ାପଡ଼ା ଓ ହିନ୍ଦୋଳ ବ୍ଲକ୍‌ର ୧୦୦ରୁ ଅଧିକ ଗ୍ରାମରେ ଏହି ଭଳି ସଚେତନତା ଅଭିଯାନ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ସଚେତନତା ଜରିଆରେ ଗ୍ରାମବାସୀଙ୍କୁ ସଶକ୍ତ କରିବା ଏବଂ ମଶା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ଓ ମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗର ମୁକାବିଲା କରି ଏକ ସୁରକ୍ଷିତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ସହାୟକ ହେବା । ଏହି ଅଭିଯାନରେ ସଚେତନତା କାର୍ଯ୍ୟକ୍ରମ, ସଂକ୍ରମଣ ନିରୋଧ ଉପାୟ, ପ୍ରଚାରପତ୍ର ବଂଟନ ଏବଂ ଆଗାମୀ କିଛି ଦିନ ପାଇଁ ଟିଏସ୍‌ଏଫ୍‌ର ଜନ ସ୍ୱାସ୍ଥ୍ୟ ୟୁନିଟ୍ ଜରିଆରେ ଲୋକମାନଙ୍କ ପରୀକ୍ଷଣ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ । 

ଲୋକମାନଙ୍କ କଲ୍ୟାଣକୁ ପ୍ରାଧାନ୍ୟ ଦେଇ ସେମାନଙ୍କ ସାମଗ୍ରିକ ବିକାଶରେ ସହଯୋଗ କରିବା ପାଇଁ ଟିଏସ୍‌ଏଫ ଏହିପରି ପ୍ରୟାସ କରିବା ନିମନ୍ତେ ପ୍ରତିବଦ୍ଧ ରହିଛି ।

Leave A Reply

Your email address will not be published.

eight − two =