ହିନ୍ଦୋଳ ଏନ୍.ଏ.ସି. ଓ ହିନ୍ଦୋଳ  ବ୍ଲକ ସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ ଏବଂ ମୋ ପ୍ରତିଭା ମୋ ପରିଚୟ ପ୍ରତିଯୋଗିତା ଅନୁଷ୍ଠିତ !

ଢ଼େଙ୍କାନାଳ: ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ  ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ହିନ୍ଦୋଳ ଏନ୍.ଏ.ସି.ର ଟାଉନ ହଲ ପରିସରରେ  ଅନୁଷ୍ଠିତ ହୋଇଯାଇଛି।।

ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ହିନ୍ଦୋଳ ବ୍ଲକର ବିଭିନ୍ନ ସ୍କୁଲର ପ୍ରାୟ ୧୮୦ ଛାତ୍ରଛାତ୍ରୀ ଯୋଗ ଦେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ଏବଂ ଏଥିରେ ବିଚାରକ ରୂପେ ବିଜୟ କୁମାର ମିଶ୍ର, ଶିବରଞ୍ଜନ ବେହେରା, ମମତା ମହୁନ୍ତ, ପ୍ରୀତିସ୍ୱରୂପା ଦାଶ ଯୋଗଦେଇ ପ୍ରତିଭାର ମୂଲ୍ୟାଙ୍କନ କରି ଆଗାମୀ ଦିନରେ ହେବାକୁ ଥିବା  ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ କୃତି ପ୍ରତିଯୋଗୀଙ୍କୁ ମୋନୋନୀତ କରିଥିଲେ ।ଏହି ବ୍ଲକସ୍ତରୀୟ ମହୋତ୍ସବକୁ ହିନ୍ଦୋଳ ଏନ.ଏ.ଏସି ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରଧାନ ଉଦ୍ଘାଟକ ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ଏବଂ ମୁଖ୍ୟବକ୍ତା ଭାବରେ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ତହସିଲଦାର ସୁଶାନ୍ତ କୁମାର ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ଏବିଇଓ ଦ୍ୱିତୀକୃଷ୍ଣ ସାହୁ, ବ୍ଲକ ମହୋତ୍ସବ କମିଟିର ଆବାହକ ଶ୍ରୀକାନ୍ତ ମହାପାତ୍ର ଏବଂ ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେଇ ଉଦ୍ଘାଟନ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସହାୟକ ଜିଲ୍ଲାପାଳ ଗଜନାନ ପ୍ରଧାନ ଯୋଗ ଦେଇ ମୋ ଢେଙ୍କାନାଳର ଏହି ନିଆରା କାର୍ଯ୍ୟକ୍ରମକୁ ହିନ୍ଦୋଳ ବ୍ଲକରେ କରିଥିବାରୁ ଚ୍ୟାନେଲ କୁ ଧନ୍ୟବାଦ୍ ଦେବା ସହ ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଭୂୟଂସି ପ୍ରଶଂସା କରିଥିଲେ।ସମ୍ମାନିତ ଅତିଥି ଭାବରେ ଏନ୍. ଏ.ସି.ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗଦେଇ ମୋ ଢେଙ୍କାନାଳର ଏହି ପ୍ରୟାସକୁ ସ୍ୱାଗତ ଜଣାଇବା ସହ ସାଧୁବାଦ ଜଣାଇଥିଲେ । ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମୋ ଢେଙ୍କାନାଳର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରଥମେ ମୋ ଢେଙ୍କାନାଳର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିବା ପରେ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ସଦସ୍ୟସଦସ୍ୟା ଓ ସହଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ଓ କହିଥିଲେ ଜିଲ୍ଲା ପ୍ରତି ସମର୍ପିତ ହୋଇ ସମସ୍ତେ ପ୍ରେମରେ କୁହନ୍ତୁ ମୋ ଢେଙ୍କାନାଳ । ଏହି କାର୍ଯ୍ୟକ୍ରମକୁ ଗୁରୁଦେବଜୀ ଫାଉଣ୍ଡେସନର ଡାର୍ଲିଂନ୍ ଡାଲଟନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ଆଶୁତୋଷ ପାଢ଼ୀ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

9 − three =