ଭାରତୀୟ ଯୋଗ ସଂସ୍ଥାନର ୬ଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଟିତ !

ଢେଙ୍କାନାଳ : ଭାରତୀୟ ଯୋଗ ସଂସ୍ଥାନର ୬ଷ୍ଠ ବାର୍ଷିକ ଉତ୍ସବ ଓ ୫୬ତମ ସ୍ଥାପନ ଦିବସ ଢେଙ୍କାନାଳ ଲେଖକ ସଂସଦ ଠାରେ ପାଳିତ ହୋଇଯାଇଛି ।

ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁରେଶ ମହାପାତ୍ର ଯୋଗଦେଇ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅକ୍ଷୟ ଜୀ ସଭାପତି ବସନ୍ତ କୁମାର ପଟ୍ଟନାୟକ, ସମ୍ମାନୀୟ ଅତିଥି ଭାବେ ପ୍ରଦ୍ୟୁମ୍ନ ମହାନ୍ତି, ପିତବାସ ଷଡଙ୍ଗୀ,ଗଣେଷ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତ ରହିଥିଲେ । ପ୍ରାନ୍ତ ସଦସ୍ୟ ରାମାୟା ରେଡ୍ଡୀ ଓ ବୁଦ୍ଧଦେବ ଜୀ ଯୋଗ ଜିଲ୍ଲା ପ୍ରଧାନ ରବୀନ୍ଦ୍ରନାଥ ଓ ଢେଙ୍କାନାଳର ଜିଲ୍ଲା ପ୍ରଧାନ ସୁଶୀଲ କୁମାର ଉପସ୍ଥିତ ଥିଲେ ।

ସଂଗଠନ ମନ୍ତ୍ରୀ ରଘୁନାଥ ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ପିତବାସ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seventeen + twelve =