ଭୁବନ; ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ:୧୦୫ ୟୁନିଟ ରକ୍ତ ସଂଗ୍ରହ !

ଢ଼େଙ୍କାନାଳ : ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ ଅବସରରେ ଆୟୋଜିତ ରକ୍ତଦାନ ଶିବିର “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ସଫଳତାର ସହ ୧୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ଯାହାକି ରେକର୍ଡ ସଂଖ୍ଯକ ହୋଇପାରିଛି । ଭୁବନ ବ୍ଲକ ଓ ଏନଏସିର ଅନେକ ଉସ୍ଛାହି ଯୁବକ, ବ୍ୟକ୍ତି, ମହିଳା ସ୍ୱତଃ ପ୍ରବୃତ୍ତ ଭାବେ ରକ୍ତଦାନ କରିଥିଲେ । ଯେଉଁଥିରେ ଆକର୍ଷଣର କଥା ଥିଲା ଷାଠିଏ ବର୍ଷ ର ଜଣେ ମହିଳା ରକ୍ତଦାନ କରିଥିଲେ । ଭୁବନ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ତାଙ୍କ ପରିବାର, ବିଜୁ ଜନତାଦଳ ର ବହୁ କର୍ମୀ ରକ୍ତଦାନ କରିଥିଲେ ।

ଏହି ରକ୍ତଦାନ ଶିବିର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦଘାଟନ କରିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ବ୍ଲକ ସଭାପତି ରମେଶ ଚନ୍ଦ୍ର ସାହୁ, ମହିଳା ସଭାପତି ସଂଧ୍ୟାରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।

Leave A Reply

Your email address will not be published.

2 × 5 =