ରାସୋଳ; ଗ୍ରୀଷ୍ମକାଳୀନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର :୧୦୨ ୟୁନିଟ ରକ୍ତ ସଂଗୃହୀତ !

ଢେଙ୍କାନାଳ : ରାସୋଳ ମହୋତ୍ସବରେ ସ୍ଥାନୀୟ ଅଞ୍ଚଳରେ ନୂତନ ଭାବେ ଗଢି ଉଠିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ଆନୁକୁଲ୍ୟରେ ତଥା ବିକାଶ ପରିଷଦର ସହଯୋଗରେ ଗତକାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଗ୍ରୀଷ୍ମ କାଳୀନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରକୁ ଅନୁଷ୍ଠାନର ଉପଦେଷ୍ଟା ତଥା ପ୍ରାଥମିକ ସ୍ୱ୍‌ଥ୍ୟ କେନ୍ଦ୍ରର ଯୁବ ଡାକ୍ତର ଦୟାନିଧି ପୃଷ୍ଟି ପ୍ରଦୀବ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପ୍ରଥମେ ନିଜେ ରକ୍‌ଦାନ କରି ଆୟୋଜକ ତଥା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଗ୍ରୀଷ୍ମକାଳୀନ ଶିବିରରେ ମୋଟ ୧୦୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଜିଲ୍ଲା ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗୃହୀତ କରି ରକ୍ତ ଦାତାମାନଙ୍କୁ ପ୍ରମାଣ ପତ୍ରର ପ୍ରଦାନ କରିଥିଲେ ।

ଏହି ଶିବିରରେ ବହୁ ଦୂର ଦୂରାନ୍ତରୁ ରକ୍ତଦାତା ମାନେ ଆସିଥିବା ବେଳେ ଆଖପାଖ ଅଂଚଳର ବିଭିନ୍ନ କ୍ଲବ ସେବା ସମିତିର ସତସ୍ୟ, ବାଣିଜ୍ୟ ସଂଘ ଓ ଓଡିଶା ଡ୍ରାଇଭର ମହାସଂଘର ସଦସୟମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ସମାଜସେବୀ ମନୋରଂଜନ ନାଥ, ଯୋଗଗୁରୁ ତଥା ଉପ ଦେଷ୍ଟା ଦୀପ୍ତୀରଂଜନ ପଣ୍ଡା, ମିହିର ମିଶ୍ର ଓ ଭାସ୍କର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ ଜନମଙ୍ଗଳ ରାସୋଳର ମୁଖ୍ୟ ସଂଗଠକ ତଥା ସଭାପତି ବହିଭୁ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସଂଗଠନର ଉପସଭାପତି ପ୍ରଦୀପ କୁମାର ନାୟକ,ସମ୍ବାଦିକ ପୁର୍ଣ୍ଣିମା ମହାନ୍ତି, ଲିଟୁ ମହାରଣା , ବିନୟ ସାହୁ ତଥା ସମସ୍ତ ସେବକ ସେବିକାମାନେ ସକ୍ରିୟ ସହଯୋଗ କରିଥିଲେ । ସଂଗଠନର ଏତାଦୃଶ କାର୍ଯ୍ୟରେ ଅଞ୍ଚଳବାସୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ଆଗାମୀ ଦିନରେ ଜନସାଧାରଣଙ୍କ ସହଯୋଗରେ ବ୍ୟାପକ ସେବା କାର୍ଯ୍ୟ ହାତକୁ ନିଆଯିବ ବୋଲି ଅନୁଷ୍ଠାନର ମୁଖ୍ୟ ସଂଗଠକ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

seven − one =