୧୧ଫୁଟର ଅହିରାଜ ଉଦ୍ଧାର !

ଢେଙ୍କାନାଳ:  ହିନ୍ଦୋଳ ବନାଞ୍ଚଳର କାଳିଆପଥର ଗ୍ରାମରୁ ଆୱାର୍ଡ ପରିବାରର ବନ୍ୟଜୀବ ଓ ସାପ ଉଦ୍ଧାରକାରୀ ଦଳ ତରଫରୁ ଏକ ୧୧ଫୁଟ ଲମ୍ବର ବିଶାଳ ଅହିରାଜ ସାପ ଉଦ୍ଧାର କରାଯାଇଛି ।

ଏହି ଅହିରାଜ ସାପଟି କାଳିଆପଥର ଗ୍ରାମର ଗଣେଶ୍ୱର ନାଏକଙ୍କ ଘରେ ଖାଦ୍ୟ ଅନ୍ୱେଶଣରେ ପ୍ରବେଶ କରିଥିଲା । ସାପଟିକୁ ଦେଖି ଗ୍ରାମବାସୀମାନେ ବନ୍ୟଜୀବ ଓ ସାପ ଉଦ୍ଧାରକାରୀ ଦଳ ଏବଂ ବନବିଭାଗ ସହିତ ଯୋଗାଯୋଗ କରିଥିଲେ । ବନବିଭାଗର ହିନ୍ଦୋଳ ବନାଂଚଳ ଅଧିକାରୀ ଲୋହିତ କୁମାର ରଥ, ବନପାଳ ସୁଦର୍ଶନ ଦେହୁରୀ ଏବଂ ଉଦ୍ଧାରକାରୀ ଦଳର ସଦସ୍ୟ ସୌମ୍ୟଜିତ୍ ରଥ, ଦେବୀ ପ୍ରସନ୍ନ ଦାସ ଓ ଦୀପକ ସିଂ  ଏବଂ ସେଠାରେ ହଂଚି ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଅବସ୍ଥାରେ ଗଣ୍ଡାନାଳୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ ।

ପରିବାର ତରଫରୁ ବନଖଣ୍ଡର ବିଭିନ୍ନ ଗ୍ରାମରୁ ୨୩ଟି ଅହିରାଜ ସାପ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇ ବିଭିନ୍ନ ଜଙ୍ଗଲରେ ଛଡାଯାଇଛି । ଏହି ବିରଳ ପ୍ରଜାତିର ଅହିରାଜ ସାପ ଢେଙ୍କାନାଳ ବନଖଣ୍ଡର ସଦର, କପିଳାସ, କାମାକ୍ଷାନଗର, ଭୁବନ ଏବଂ ମହାବୀରୋଡ ବନାଂଚଳରେ ଦେଖାଯାଇଥାନ୍ତି ବୋଲି ପରିବାର ସଂପାଦକ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ବନ୍ୟଜୀବ ଏବଂ ସାପ ଦ୍ୱାରା କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ବନ୍ୟଜୀବ ଓ ସାପ ଉଦ୍ଧାରକାରୀ ଦଳ ଏବଂ ବନବିଭାଗ ସହିତ ତୁରନ୍ତ ଯୋଗାଯୋଗ କରିବା ନିମନ୍ତେ ଶ୍ରୀ ପାଣିଗ୍ରାହୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

2 × three =