କପିଳାସ ପାଦଦେଶରେ ୩୦ ଫୁଟ ଉଚ୍ଚର ମହାଦେବଙ୍କ ମୂର୍ତୀ ସ୍ଥାପନ ନିମନ୍ତେ ଭୂମିପୂଜା ଉତ୍ସବ

ଢେଙ୍କାନାଳ:କପିଳାସ ପୀଠକୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଦେବୋତର ବିଭାଗ ଓ ମେରାମଣ୍ଡଳୀ ଟାଟା ଷ୍ଟିଲର ମିଳିତ ଉଦ୍ୟମରେ ମହାଦେବଙ୍କର ଏକ ୩୦ ଫୁଟ ଉଚ୍ଚର ମୁର୍ତୀ ସ୍ଥାପନ କରିବା ସହକୁ ଏହାକୁ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ମୂର୍ତୀ ସ୍ଥାପନ ପାଇଁ ନିରୂପିତ ହୋଇଥିବା ସ୍ଥାନରେ ସୋମବାର ଦିନ ଭୂମି ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । କପିଳାସ ପୀଠର ବାରବାଙ୍କ ରାସ୍ତା ଆରମ୍ଭରେ ଏକ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ମହାଦେବଙ୍କ ମୂର୍ତୀ ସ୍ଥାପନ କରାଯିବ । ମହାଦେବଙ୍କ ମୂର୍ତୀର ମସ୍ତକର ଜଟା ମଧ୍ୟରେ ଗଙ୍ଗାଦେବୀଙ୍କ ମୁଖରୁ ଜଳ ପ୍ରବାହିତ କରାଯିବାର ବ୍ୟବସ୍ଥା କରାଯିବ । ଏଥିସହ ଏହାର ଚତୁଃପାଶ୍ୱର୍ରେ ଜଳ ଫୁଆର(ଫାଉଣ୍ଟନ କରାଯିବ । ଏହାକୁ ଜଗାରଖା କରାଯିବା ସହ ରକ୍ଷଣା ବେକ୍ଷଣ ମଧ୍ୟ କରାଯିବ । ଟାଟା ଷ୍ଟିଲ ପକ୍ଷରୁ ସମସ୍ତ କାର୍ଯ୍ୟ କରାଯିବ । ୨ ମାସ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ଦିଆଯାଇଛି ।

ଏହି ଭୁମିପୂଜା ଉତ୍ସବରେ ଦେଓଗାଁ ସରପଞ୍ଚ, ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗଁଦିଆ ଥାନା ଅଧିକାରୀଙ୍କ ସମେତ ଦେଓଗାଁର ବହୁ ବ୍ୟକ୍ତି ଓ ସେବାଶ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

17 + 6 =