ଟାଟାଷ୍ଟିଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ !

ଢେଙ୍କାନାଳ :ବର୍ତ୍ତମାନର ସ୍ୱାସ୍ଥ୍ୟସମସ୍ୟା ଓ ଲୋକମାନଙ୍କ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ ଟାଟାଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ଠାରେ ଅବସ୍ଥିତଏହାର କାରଖାନାରେ ‘ଆମ ପୃଥିବୀ, ଆମସ୍ୱାସ୍ଥ୍ୟ’ ନାମକ ବିଷୟବସ୍ତକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ କର୍ମଚାରୀ, ସେମାନଙ୍କ ପରିବାର ବର୍ଗ ଓ ପିଲାମାନଙ୍କ ସହିତ ଖାଦ୍ୟ ପ୍ରସ୍ତୁତି, ପୋଷ୍ଟର ପ୍ରସ୍ତୁତିଓ ଅନୁଚ୍ଛେଦ ଲିଖନ ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।ଏହାସହିତକର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଚର୍ମରୋଗ, ଦନ୍ତ ସମସ୍ୟା ଏବଂ ରକ୍ତହୀନତା ଉପରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଶିବରର ଆୟୋଜନ କରାଯାଇ ଥିଲା ।

କାରଖାନାର ଆବାସିକ କଲୋନୀରେ ଆୟୋଜିତ ୨ କିଲୋମିଟରର ୱାକଥନ ଏହି କାର୍ଯ୍ୟକ୍ରମରମୁଖ୍ୟ ଆକର୍ଷଣ ଥିଲା ।ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଉତ୍ସାହୀ କର୍ମଚାରୀ, ପିଲା ଓ ପରିବାରରସଦସ୍ୟମାନେ ଅଂଶଗ୍ରହଣକରିଥିଲେ ।ଏହି ଅବସରରେମାନବସମ୍ବଳବିଜନେସ୍ ପାର୍ଟନର ବିଭାଗଚି‘ସନ୍ଦିପ ଧୀର, ନିରାପତ୍ତା ବିଭାଗଚିଫ୍ ଅଗମ୍‌କୁମାର, ଆଇରନ୍‌ ମେକିଂ ବିଭାଗଚଫ ଅମିତକୁମାରଏବଂକୋକ୍ ଓଭନ୍‌-୨ ବିଭାଗଚଫ୍ ଅମରବାଉଣ୍ଟ୍ରା ଅତିଥି ରୂପେ ଯୋଗ ଦେଇ ପତାକା ଦେଖାଇଏହି ୱାକଥନ୍‌ର ଶୁଭାରମ୍ଭ କରିଥିଲେ ।

ୱାକଥନ୍ ସମାପ୍ତ ହେବା ପରେ ଅତିଥି ମାନେବିଭିନ୍ନ ପ୍ରତି ଯୋଗିତା ର ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ ।ଟାଟାଷ୍ଟିଲ ମେରାମଣ୍ଡଳୀର ମେଡ଼ିକାଲ ସର୍ଭିସେସ୍‌ଟିମ୍ ପକ୍ଷରୁ ଏହିକାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା ।

Leave A Reply

Your email address will not be published.

15 + 18 =