ଚଳିତ ବର୍ଷ ଠାରୁ କଳ୍ପତରୁ ସେବାଶ୍ରମ ସଂସ୍କୃତ ବିଦ୍ୟାଳୟରେ ପୁନଃ ଶିକ୍ଷାଦାନ ଆରମ୍ଭ !

ଢ଼େଙ୍କାନାଳ : ଜିଲ୍ଲାର ଏକମାତ୍ର ସଂସ୍କୃତ ଶିକ୍ଷାନୁଷ୍ଠାନ ଭାବେ ଗଢି ତୋଳିବା ପାଇଁ ଚଳିତ ବର୍ଷ ଠାରୁ ସଦର ବ୍ଳକ ଗୋବିନ୍ଦପୁର ପଚାୟତ କଣ୍ଟେଇକୋଳିଆ ସ୍ଥିତ କଳ୍ପତରୁ ସେବାଶ୍ରମ ସଂସ୍କୃତ ବିଦ୍ୟାଳୟରେ ପୁନଃ ଶିକ୍ଷାଦାନ ଆରମ୍ଭ ହୋଇଛି ।

ଶିକ୍ଷା ଗ୍ରହଣ ପ୍ରଥମା (ଷଷ୍ଟ,ସପ୍ତମ), ମଧ୍ୟମା (ଅଷ୍ଟମ,ନବମ) ଶ୍ରେଣୀର ନାମଲେଖା ନିମନ୍ତେ ଆସନ୍ତା ୧୦.୪.୨୦୨୨ ଠାରୁ ୩୦.୪.୨୦୨୨ ରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ଶ୍ରୀମତୀ ଭଗବତୀ ଦାସ(୯୫୫୬୩୫୦୬୭୨) ମାଧ୍ୟମରେ ଆବେଦନ କରି ପାରିବେ । ଏ ନେଇ କଳ୍ପତରୁ ସେବାଶ୍ରମ ପରିସରରେ ପରିଚାଳନା କମିଟିର ଚେୟାରମ୍ୟାନ ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଶ୍ରୀ ବିହାର ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀର ଅବସରପ୍ରାପ୍ତ ପ୍ରଫେସର ପ୍ରଭାତ ରଂଜନ ମହାପାତ୍ର ଓ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ପୁରୀର ଅଧ୍ୟକ୍ଷ ଡ.ଜଗବନ୍ଧୁ ମିଶ୍ର ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଢେଙ୍କାନାଳରୁ ସଂସ୍କୃତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇଯାଉଥିବ। ବେଳେ ଜିଲ୍ଲାରେ ବୈଦିକ ସଂସ୍କୃତ ଶିକ୍ଷାକୁ ଉଜ୍ଜୀବିତ କରିବାରେ ଏହି ଅନୁଷ୍ଠାନ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଥିଲେ ।

ସେହିପରି ବେଦଭାଷା ସଂସ୍କୃତ ଶିକ୍ଷା ଓ ସାଧାରଣ ପାଠ୍ୟକ୍ରମ ସହିତ ସମକକ୍ଷ ହୋଥବାର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରି ଉନ୍ନତି ଲାଭ କରିପାରିବେ ବୋଲି ଆଇନଜୀବି ପରେଶ କୁମାର ମିଶ୍ର ବୈଠକରେ କହିଥିଲେ ଏବଂ ଉକ୍ତ ବୈଠକରେ ବଣିକ ସଂଘର ସଭାପତି ରାଜକିଶୋର ଦାସ, ସ୍ଥାନୀୟ ସରପଂଚ ଅରୁଣ କୁମାର ପରିଡା (ଗୋବିନ୍ଦପୁର) ଯୋଗଦେଇ ଏଠିକାର ଗୋସେବା ଓ ଗୋଶାଳାରେ ଅବସ୍ଥିତ ୧୩୦ ଗୋଟି ଗାଈ ମାନଙ୍କର ସେବାରେ ଢେଙ୍କାନାଳବାସୀଙ୍କର ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.

15 + nine =