ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକାଡେମିକ କାଉନସିଲର ବାର୍ଷିକ ଅଧିବେଶନ !

ଢେଙ୍କାନାଳ : ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଅଧ୍ୟୟନ ସହିତ ଗବେଷଣାତ୍ମକ ଦିଗ ପ୍ରତି ଅଧିକ ଯତ୍ନଶୀଳ ହେଲେ ଶିକ୍ଷା ଓ ଶିକ୍ଷା ଅନୁଷ୍ଠାନର ଅଧିକ ଉନ୍ନତି ସାଧନ ହେବ ବୋଲି ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏକାଡେମିକ କାଉନସିଲ ମିଟିଂରେ ମତ ପ୍ରକାଶ ପାଇଛି ।

ଚଳିତ ଶିକ୍ଷା ବର୍ଷ ପାଇଁ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଏକାଡେମିକ କାଉନସିଲ ମିଟିଂ ଭାଷା ପ୍ରୟୋଗଶାଳାରେ ମହ୍ୱିଦ୍ୟାଳୟ ଅଧ୍ୟକ୍ଷ ରଂଜିତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଅନୁଷ୍ଠିତ ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିନିଧି ପ୍ରଫେସର ନିଗମାନନ୍ଦ ଦାସ, ପ୍ରଫେସର ପ୍ରବୋଧ କୁମାର ହୋତା ଓ ପ୍ରଫେସର ଅସୀମ ରଂଜନ ପାଢୀ ଗୁଗୁଲମିଟ୍ ଜରିଆରେ ଯୋଗ ଦେଇଥିଲା ବେଳେ ବରିଷ୍ଠ ଶିକ୍ଷାବିତ ହରେକୃଷ୍ଣ କରି, ଡ. ବିଜୟ କୁମାର ମହାପାତ୍ର ଓ ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ସାଗରମାଲା ଅଗ୍ରୱାଲା ଉପସ୍ଥିତ ରହି ମହାବିଦ୍ୟାଳୟର ଶୈକ୍ଷିକ ପରବେଶ ସହିତ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ ।

ଏହି ସଭାର ଆବାହକ ତଥା ମହାବିଦ୍ୟାଳୟର ଏକାଡେମିକ ବର୍ସାର ଡ.ସୁରେଖା ବଳୀୟାର ସିଂ ବିଗତ ଏକାଡେମୀକ କାଉନସିଲର ପ୍ରସ୍ତାବକୁ ପଠନ କରିଥିଲେ । ବିଗତ ପ୍ରସ୍ତାବ ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଦେବାଶିଷ ମହାନ୍ତି ଆଲୋକପାତ କରିଥିଲେ । ବିଗତ ଶିକ୍ଷାବର୍ଷର ଛାତ୍ରଛାତ୍ରୀମାନଙ୍କ ଫଳାଫଳ ବିଷୟରେ ପରୀକ୍ଷା ନିୟନ୍ତ୍ରକ ଜୟଦେବ ପାଢୀ ବିବରଣୀ ପାଠ କରିଥିଲେ ।

ଆସନ୍ତା ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ ଏକାଡେମିକ କ୍ୟାଲେଣ୍ଡରକୁ ସଭା ସମ୍ମୁଖରେ ଡ. ପ୍ରଶାନ୍ତ କୁମାର ପରିଡା ଉପସ୍ଥାପନ କରିଥିବା ବେଳେ ବୋର୍ଡ ଅଫ୍ ଷ୍ଟଡିକର ପ୍ର୍‌ସ୍ତାବକୁ ଡ.ବିଭୁଦତ ଦାସ ପଠନ କରିଥିଲେ । ମହାବିଦ୍ୟାଳୟ ସର୍ବଙ୍ଗୀଣ ଉନ୍ନତି ପାଇଁ ଆଲୋଚନାରେ ଭାଗ ନେଇ ଡ.ନମିତା କୁମାରୀ ଦାସ, ଡ. ଅନିରୁଦ୍ଧ କୁମାର ଖିଲାର, ଦିଲ୍ଲୀପ କୁମାର ନାୟକ, ଡ.ରଜନୀକାନ୍ତ ଖୁଣ୍ଟିଆ, ଶାରଦା ପ୍ରସନ୍ନ ପତି,ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିବା ବେଳେ ଡ.ସୁରେଖ ବଳୀୟାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

14 + 8 =