ସୁନାଗହଣା ବ୍ୟାଗ୍ ଫେରାଇ ପୋଲିସ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ !

ଢେଙ୍କାନାଳ :   ଗଁଦିଆ ଥାନା ମନ୍ଦାର ଗ୍ରାମର ଗଗନ ଦେହୁରୀ ରାସ୍ତାରୁପାଇଥିବା  ସୁନାଗହଣା ଫେରାଇ ପୋଲିସ କାର୍ଯ୍ୟାଳୟରେ  ସମ୍ବର୍ଦ୍ଧିତ ହୋଇଛନ୍ତି । ଜଣେ ଶ୍ରମିକଙ୍କ ଏଭଳି ବଦାନ୍ୟତା ପାଇଁ ଜିଲା ପୋଲିସ କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ । ଗଗନ ଆମ ସମସ୍ତଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣା ବୋଲି ଡିଆଇଜି କହିଥିଲେ ।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ଗଁଦିଆ ଥାନା ଷଡ଼ଙ୍ଗୀ ଗ୍ରାମର ସୁଜିତ ମହାରଣା ତାଙ୍କ ସ୍ତ୍ରୀଙ୍କୁନେଇ ବାଇକରେ୍ ଭୁବନ ଅଭିମୁଖେ ଯାଉଥିବାବେଳେ ୨ଲକ୍ଷ ଟଙ୍କାର ସୁନାଗହଣା ଥିବାବ୍ୟାଗ୍ ରାସ୍ତାରେ ଖସିପଡ଼ିିଥିଲା । ଏହାକୁ ପାଇଥିଲେ ମନ୍ଦାର ଗ୍ରାମର ଦିନ ମଜୁରିଆ ଭାବେ କାମ କରୁଥିବା ଗଗନ ଏବଂ ତାଙ୍କ ସ୍ତ୍ରୀ ମାଳତି । ସୁନାଗହଣା ହଜିବା  ନେଇ ସୁଜିତ୍ ଗଁଦିଆ ଥାନାରେ ଅଭିଯୋଗ  କରିଥିଲେ ।

ତେବେ ଲୋଭର ବଶବର୍ତୀ ନହୋଇ ଶ୍ରମିକଦମ୍ପତି ସୁନାଗହଣା ବ୍ୟାଗ୍ କୁଗଁଦିଆ ଥାନାରେ ଦାଖଲ କରିଥିଲେ । ଥାନା ଅଧିକାରୀ  ସତ୍ୟବ୍ରତ ଭୂତିଆଙ୍କ ଉପସ୍ଥିତିରେ ଗଗନ ଏବଂ ତାଙ୍କ ସ୍ତ୍ରୀ ଉକ୍ତ ସୁନାଗହଣା ବ୍ୟାଗ୍ କୁସୁଜିତଙ୍କୁ   ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.

4 × 1 =