ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଢେଙ୍କାନାଳ : ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପାଟଲା ପଞ୍ଚାୟତ ପାଣୁବେରିଣୀ ଗ୍ରାମରେ ,ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡେଣ୍ଡିମ ପିଟୁଥିବା ବେଳେ, ଏଠି ଗରିବ ଲୋକଙ୍କୁ ପଚାରେ କିଏ ।

ଉକ୍ତ ଗ୍ରାମର ଅହଲ୍ୟା ସାହୁ ସ୍ବାମୀ ବସନ୍ତ ସାହୁ ଯେକି ଜଣେ ଦିନ ମଜୁରୀଆ ଗରିବ ଶ୍ରେଣୀର ଲୋକ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ କୁ ବାରମ୍ବାର ଯାଉଥିଲେ ମଧ୍ୟ ଘର ଖଣ୍ଡିଏ ମିଳିପାରି ନାହିଁ । କେତେ ନେତା ମନ୍ତ୍ରୀ ସରପଞ୍ଚ ଠାରୁ ଆରମ୍ଭ କରି ସମସ୍ତ ଙ୍କୁ ଗୁହାରି କରିଥିଲେ ମଧ୍ୟ ଶେଷରେ ସାନ୍ତ୍ଵନା ପାଇ ନିରାଶ ରେ ଆକାଶ ଦିଶୁଥିବା ଚାଳ ଛପର ଘରେ ଜୀବନ ବିତାଉଛନ୍ତି ତିନି କୁଟୁମ୍ବ ପ୍ରାଣୀ ।

ଅହଲ୍ୟା ଅଭିଯୋଗ କରିଛନ୍ତି କି ଆଗରୁ କିଛି ଦିନ ତଳେ ହାତଗୁଞ୍ଜା ଦେଇ ମଧ୍ଯ ପାଟଲା ପଞ୍ଚାୟତରେ ଏପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିପାରିଲା ନାହିଁ । ଉକ୍ତ ଘଟଣା ସମ୍ପର୍କରେ ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଉକ୍ତ ଘଟଣା ଟିକୁ ଖଣ୍ଡନ କରିଥିଲେ । ଦେଖିବାକୁ ରହିଲା ଅହଲ୍ୟା ସାହୁ ଙ୍କୁ ଆବାସ ଯୋଜନା ରେ ଘର ଟିଏ କେବେ ମିଲୁଛି ।

Leave A Reply

Your email address will not be published.

18 − 5 =