” ମୁଁ ବି ସ୍ୱୟଂ ସମ୍ପୂର୍ଣ୍ଣା ” ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା !

ଭୁବନେଶ୍ୱର ପ୍ରେସକ୍ଳବ ଠାରେ ମଙ୍ଗଳବାର ଦିନ ଆୟୋଜିତ ମାସିକ ଓଡ଼ିଆ ଖବର କାଗଜ ଶାନ୍ତିସ୍ତୁପ ର ପ୍ରଥମ ସ୍ୱନକ୍ଷେତ୍ର ଉତ୍ସବରେ “ମୁଁ ବି ସ୍ୱୟଂ ସମ୍ପୂଣ୍ଣା -୨୦୨୨ ” ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଢେଙ୍କାନାଳ ଝିଅ ଅଙ୍କିତା ସାହୁ । ପୁରସ୍କାର ସ୍ୱରୂପ ମାନପତ୍ର ,ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରିଥିଲେ ବାଚଷ୍ପତି ସୂର୍ଯ୍ୟ ନାରାୟଣ ପାତ୍ର , ଭୁବନେଶ୍ୱର ମେୟର ସୁଲଚନା ଦାସ ଏବଂ ଜୟଦେବ ବିଧାୟକ ଡ଼.ଅରବିନ୍ଦ ଢାଲି ।

ଏହି ଅବସରରେ ଆଙ୍କିତା ଙ୍କ ସହ ସମାଜରେ ଉଲେଖନୀୟ ଅବଦାନ ପାଇଁ ଓଡ଼ିଶାର ମୋଟ ୨୦ ଜଣ ମହିଳାଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି ।ସାମ୍ବାଦିକତା ସହ ସମାଜ ସେବା କରି ଲୋକଙ୍କ ଅନେକ ସମସ୍ୟା ଦୂର କରି ଲୋକ ପ୍ରିୟତା ଅର୍ଜ୍ଜନ କରିଛନ୍ତି ଅଙ୍କିତ। । ନିରପେକ୍ଷ ଭାବେ ଅନ୍ୟାୟ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସମାଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ଅଳ୍ପ ବୟସରୁ ସେବା ମନୋଭାବ ନେଇ ସମାଜ ସେବାକୁ ବ୍ରତ କରି ଚାଲିଛନ୍ତି ।ଦୀର୍ଘ ୮ ବର୍ଷ ହେବ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଋତୁସ୍ରାବ ଜନିତ ସ୍ବଛତା ଉପରେ ସଚେତନ କରିବା ସହ ମାଗଣାରେ ସାନିଟାରୀ ନାପକୀନ ବଣ୍ଟନ କରିଆସୁଛନ୍ତି ।

କିପରି ଅସହାୟ ଲୋକ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ ନକରନ୍ତୁ ସେଥିପାଇଁ ଦିନ ରାତି ଏକ କରି ନିଜ ଚେଷ୍ଟା ବଳରେ ଢେଙ୍କାନାଳ ରୁ କଟକ ମେଡିକାଲ ପର୍ଯ୍ୟନ୍ତ ଲୋକ ମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । କରୋନା ମହାମାରୀ ସମୟରେ ନିଜ ଅନୁଷ୍ଠାନ ଦ୍ୱାରା ଛାତ୍ରଛାତ୍ରଛାତ୍ରୀ ଙ୍କ ପାଠ ପଢା ପାଇଁ ସ୍ମାର୍ଟ ଫୋନ ଯୋଗାଇଛନ୍ତି ଅଙ୍କିତା । କେବଳ ଏତିକି ନୁହେଁ ,ଏକ ଟ୍ୱିଟର କ୍ଳବ ଗଠନ କରି ନିଜ ଜିଲ୍ଲା ଏବଂ ଜିଲ୍ଲା ବାହାର ସମସ୍ୟାର ସମସ୍ୟାର ସମାଧାନ କରୁଛନ୍ତି । ଅଙ୍କିତା ଗଁଦିଆ ବ୍ଲକ କାବେରା ପଞ୍ଚାୟତ ଦଧିସିଙ୍ଗା ଗ୍ରାମର ବିଷ୍ଣୁ ଚରଣ ସାହୁ ଓ ରଞ୍ଜିତା ସାହୁଙ୍କର ବଡ଼ ଝିଅ ।

Leave A Reply

Your email address will not be published.

eighteen + eleven =