ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ  !

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ କାବେରା ଗ୍ରାମ ପଞ୍ଚାୟତ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ  ଯୋରନ୍ଦା ଶାଖା ଅଧିନସ୍ତ  ଏକ ନୂତନ ଗ୍ରାହକ ସେବା କେନ୍ଦ୍ର  ଉଦଘାଟିନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଗ୍ରାହକ ସେବା କେନ୍ଦ୍ର ସ୍ୱତ୍ତାଧିକାରୀ ନମିତା ସାମଲଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଉକ୍ତ କାଯ୍ୟକ୍ରମରେ ଯୋରନ୍ଦା ଶାଖା ପରିଚାଳକ  ପ୍ରଭୁଦତ୍ତ ଚକ୍ରବର୍ତ୍ତୀ ସାହୁ ମୁଖ୍ୟ ଅତିଥିଭାବେ,  ମମତା ମହାନ୍ତି ସରପଞ୍ଚ କାବେରା ଗ୍ରାମ ପଞ୍ଚାୟତ ଓ  ବିମଳ କୁମାର ପଣ୍ଡା ଜିଲ୍ଲା ସଂଯୋଜକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଗ୍ରାହକ ସେବା କେନ୍ଦ୍ର ଉଦଘାଟତ କରିଥିଲେ ।

ଏଥିରେ ଅନ୍ୟତମ ଅତିଥି ଭାବେ ସମାଜସେବୀ ଜ୍ଞାନରଞ୍ଜନ ମହାନ୍ତି  ଯୋଗଦାନ କରିଥିଲେ । ଉକ୍ତ ସଭାରେ ଗ୍ରାମର ବହୁତ ମାନ୍ୟଗଣ ବ୍ୟକ୍ତି ଏସଏଚଜି ମହିଳା ଗୋଷ୍ଠୀ, ଅଙ୍ଗନୱାଡୀ , ଆଶାକର୍ମୀ ଉପସ୍ଥିତ ରହିଥିଲେ ।  ପରିଶେଷରେ  ଅଭିଜ୍ଞ କିଓସ୍କ ପରିଚାଳକ ଗୋପବନ୍ଧୁ ବେହେରାଙ୍କ ଦ୍ଵାରା ଭାରତ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାରୀ ଯୋଜନା ଯଥା  ପ୍ରଧାନମନ୍ତ୍ରୀ ଜନଧନ ଖାତା ଖୋଲିବା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଜୀବନ ଜ୍ୟୋତି ବୀମା, ଅଟଳ ପେନସନ ଯୋଜନା ଓ ମୁଦ୍ରା ଓ କେସିସ ଲୋନ, ଓ ୟୋନ ବ୍ୟାଙ୍କିଙ୍ଗ ସେବା ବିଷୟରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.

one × 2 =