ଢ଼େଙ୍କାନାଳ : ଢ଼େଙ୍କାନାଳ ରାଜନୀତି ରେ ଅଣନିଃଶ୍ବାସୀ ହୋଇ ପଡ଼ିଥିବା ବେଳେ ପୁନର୍ବାର ଢେଙ୍କାନାଳବାସୀ ଙ୍କ ଚର୍ଚ୍ଚା ପରିସରକୁ ଆସିଛି ବନ୍ଧୁ ମିଳନରେ ଦୁଇ ହେବି ୱେଟ ନେତା ।
କପିଳାସ ନିକଟସ୍ଥ “ସମ୍ବିତ ଗାର୍ଡେନ” ଠାରେ ଢେଙ୍କାନାଳ କୃଷକ ଅଧିକାର ସମିତି ଆନୁକୂଲ୍ୟରେ ଜିଲ୍ଲା ସଂଯୋଜକ ତଥା ଢେଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କ ଆହ୍ଵାନ କ୍ରମେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ସମେତ କୃଷକ ନେତା ତଥା ନବ ନିର୍ମାଣ କୃଷକ ସଙ୍ଗଠନର ମୁଖ୍ୟ ଅକ୍ଷୟ କୁମାର,ସମାଜିକ କର୍ମୀ ସୁଧାଂଶୁ ଦେଓ,ବରିଷ୍ଠ ଆଇନଜୀବୀ ଦିପ୍ତୀଶ ପଟ୍ଟନାୟକ ସମେତ ଜିଲ୍ଲାର ଅନେକ କୃଷକ ନେତା ଯୋଗଦାନ କରିଥିଲେ ।
ପୂର୍ବତନ ସାଂସଦ ତଥାଗତ ଶତପଥୀ ଉପସ୍ଥିତ ଥିବା ସମସ୍ତ ବନ୍ଧୁ ମାନଙ୍କୁ ନବ ବର୍ଷର ଶୁଭ କାମନା କରି ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଚାଷୀ ସମାଜ ଏକ ହୋଇ ନିଜର ହକ୍ ସାବ୍ୟସ୍ତ କରିବାକୁ ନେଇ ଚର୍ଚ୍ଚା କରିଥିଲେ ।
ପୂର୍ବତନ ବିଧାୟକ ନବୀନ ନନ୍ଦ ସରକାର ଯେପରି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ୧୨୫କୋଟି ଟଙ୍କା ସୁଧ ଫେରସ୍ତ କଲେ ସେପରି ଦୀର୍ଘ ଦିନ ଧରି ସମବାୟ ସମିତି ଗୁଡିକରେ ହଜାର ହଜାର ଋଣୀ ଚାଷୀ ଙ୍କ ସୁଧ ଛାଡ଼ କରିବାକୁ କହିଥିଲେ ।ସରକାରୀ ଯୋଜନା ଗୁଡିକରେ ବ୍ୟାଙ୍କ ମନେ କୃଷି ଉଦ୍ୟୋଗୀ ମାନଙ୍କୁ ରୁଣ ଦେଉନାହାନ୍ତି ବୋଲି ମତବ୍ୟକ୍ତ କରି ସେ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ନଦେଲେ ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ନନ୍ଦ ଚର୍ଚ୍ଚାରେ ଉପସ୍ଥାପନ କରିଥିଲେ ।
ସୂଚନା ଥାଉକି ଏହି ଦୁଇ ନେତୃତ୍ୱ ଜିଲ୍ଲା ବାସୀଙ୍କ ପାଇଁ ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ବିଶଲ୍ୟକରଣୀ ସଦୃଶ୍ୟ ରହିଛନ୍ତି । ରାଜନୈତିକ ଗଣିତରେ ଯଦି ଏହି ଦୁଇନେତା ଶାସକ ଦଳର ଭରସାଯୋଗ୍ୟ ହୋଇଯାଆନ୍ତି ଜିଲ୍ଲାରେ ର ରାଜନୈତିକ ଚିତ୍ର ପଟ କିଛି ବଡ଼ ଧରଣର ପରିବର୍ତ୍ତନ ର ସମ୍ଭାବନା ଏ ହୁଏତ ସ୍ରୁଷ୍ଟି ହୋଇ ପାରେ ତେବେ ୨୦୨୪ ପାଇଁ ଅଣ୍ଟା ଭିଡୁଥିବା ଅନ୍ୟାନ୍ୟ ନେତା ଙ୍କ ପାଇଁ ଏହି ଦୁଇ ନେତା ଙ୍କ ମିଳନ ସେମାନଙ୍କ ହୃଦୟରେ ଲଘୁଚାପ ସ୍ରୁଷ୍ଟି କରିଛି ।
ଏ ଲଘୁଚାପ ଯେ ଅବପାତର ରୂପ ନିଏ ତେବେ ଢ଼େଙ୍କାନାଳ ରାଜନୈତିକ ପାଣିପାଗ ରେ ବଡଧରଣର ପରିବର୍ତନ ହେବ ବୋଲି ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି । ଅତିତରେ ଏହି ଦୁଇ ନେତା ପରସ୍ପର ନିର୍ବାଚନ ବୈତରଣୀ ପାର ହୋଇଥିଲେ ମଧ୍ୟ ଅନ୍ୟ ବେଳେ ସାମାନ୍ୟ ପୋଷ୍ଟର ମାରିବାକୁ ନେଇ ତିକ୍ତତା ପ୍ରକାଶ ପାଇଥିଲା ଯାହାର ଫାଇଦା ଜିଲ୍ଲାର ଅନ୍ୟ ନେତାମାନେ ଉଠାଇଥିଲେ ।
ହେଲେ କେନ୍ଦ୍ର ରାଜ୍ଯ ର କୋଳା କୋଳି ଏବଂ ତୁତୁ ମେମେ ୨୦୨୪ ନିର୍ବାଚନ ପାଇଁ ଖୋରାକ୍ ଯୋଗାଉ ଥିବା ଏହି ଦୁଇନେତାଙ୍କ ମିଳନ ଜିଲ୍ଲା ରାଜନୈତିକ ଚିତ୍ରପଟ ରେ ଏକ ଅଦ୍ଭୁତ ବାତାବରଣ ସୃଷ୍ଟି କରିଛି । ଯାହାକି ବିଶ୍ବାସ କରି ଵର୍ତମାନ ସମୟର ମୁଖ୍ୟ ସମସ୍ୟା ଚାଷୀ ସମସ୍ୟା ମାଧମରେ ଦୁଇ ନେତା ଙ୍କ ମିଳନ ଅନ୍ୟ ନେତାଙ୍କ ପାଇଁ ଭାଳେଣି ପଶି ଯାଇଛି ।
ତେବେ ନିଶ୍ଚିତ ରୂପେ ଏହି ଦୁଇ ହେବିୱେଟ ନେତାଙ୍କ କୃଷି ଓ କୃଷକ ଏ ଶାଣିତ ପରିଭାଷା ଆଗାମୀ ରାଜନୈତିକ ପାଣିପାଗ ପରିବର୍ତ୍ତନ ନେଇ ଜିଲ୍ଲା ରାଜନୀତି ଚର୍ଚ୍ଚା ର ବିଷୟ ହେବା ସଙ୍ଗେ ସଙ୍ଗେ କେତେଦୂର ଆଗକୁ ଯାଇ ପାରିବ ସମୟ କହିବ ।