ଢ଼େଙ୍କାନାଳ: ସରକାର ଗଛ ଲଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଲିବୋରେଇ ସେକ୍ସନ ଅନ୍ତର୍ଗତ ଖଲିବୋରେଇ ବାଲି ସାହି ଶନି ମୁଣ୍ଡିଆ ଜଙ୍ଗଲ ରୁ ବେଆଇନ୍ ଭାବେ ମୂଲ୍ୟବାନ ଗଛ କଟାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ ଖଲିବୋରେଇ ସେକ୍ସନ ଅନ୍ତର୍ଗତ ଖଲିବୋରେଇ ବାଲି ସାହି ଶନି ମୁଣ୍ଡିଆ ଜଙ୍ଗଲ ରୁ ଖଲିବୋରେଇ ଅଞ୍ଚଳର ଜଣେ ବାହୁବଳୀ ନେତା ଏବଂ ତାଙ୍କର କର୍ମୀମାନେ ବେଆଇନ୍ ଭାବେ ମୂଲ୍ୟବାନ ଗଛ କାଟି ଦେଇଥିବା ବାଲି ସାହି ଗ୍ରାମବାସୀ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ବାଲି ସାହି ଗ୍ରାମବାସୀ ଦାବି କରିଛନ୍ତି। ରକ୍ଷକ ହୋଇ ଭକ୍ଷକ ସାଜିବା ଏବଂ ଜଣେ ବାହୁବଳୀ ନେତା ହୋଇ ନିଜର କର୍ମୀମାନଙ୍କୁ ଧରି ବେଆଇନ୍ ଭାବେ ଗଛ କାଟିବା କେତେ ଯୁକ୍ତିଯୁକ୍ତ ଏବେ ସର୍ବସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି ।।ଏ ସଂପର୍କରେ ଖଲିବୋରେଇ ଫରେଷ୍ଟର କହିବା କଥା ଅନୁମତି ନ ନେଇ ଗଛ କାଟିଛନ୍ତି ଏବଂ କଟା ଯାଇଥିବା ଗଛକୁ ଜବତ କରାଯିବା ସହ ତଦନ୍ତ ଜାରି ରହିଛି ।