ଢେଙ୍କାନାଳ : ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ତଥା ରାଜ୍ୟ ସରକାରଙ୍କ ଦ୍ୱାରା ୩୦୪ ନମ୍ବର ନମ୍ବର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଭୁବନର ବାବା ବୁଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି ଗଠିତ ହୋଇଯାଇଛି ।
ମହାମାରୀ କରୋନା ଜନିତ ଲକଡାଉନ/ସଟଡାଉନ କାରଣରୁ ଦୀର୍ଘ ଦୁଇ ବର୍ଷ ହେଲା ବିନା ପରିଚାଳନା କମିଟିରେ ମନ୍ଦିର ନୀତି , କାନ୍ତି ଓ ମେଳା , ମହୋତ୍ସବ ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହେଉଥିଲା । ଜିଲ୍ଲା ଦେବୋତର ଅଧିକାରୀ ଙ୍କ ଉପସ୍ଥିତିରେ ସର୍ବସମ୍ମତ କ୍ରମେ ଅଧ୍ୟାପକ ସନାତନ ସାହୁଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା ।
ଶ୍ରୀଯୁକ୍ତ ସାହୁ ଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ ଗଠନ କରାଯାଇଛି । ସେଥିରେ ସୁରେଶ ଚନ୍ଦ୍ର ସାହୁ ସଂପାଦକ, କୁଂଜ ବିହାରୀ ଚିନରା ଉପସଭାପତି , ରବି ନାରାୟଣ ସାହୁ କୋଷାଧ୍ୟକ୍ଷ ଏବଂ ଚୈତନ୍ୟ ପୃଷ୍ଟି , ରାମଚନ୍ଦ୍ର ନାୟକ , କ୍ଷମାନିଧି ପାତ୍ର , ଦୁଷ୍ମନ୍ତ କୁମାର ପୃଷ୍ଟି , କୈଳାସ ଚନ୍ଦ୍ର ଚିନରା , ପୂର୍ଣ୍ଣ ଚନ୍ଦ୍ର ସାହୁ , ତ୍ରିଲୋଚନ ପୃଷ୍ଟି ,ଜୟକୃଷ୍ଣ ବେହେରା , ପୂଜକ ମହେଶ୍ୱର ମିଶ୍ର ଙ୍କୁ କମିଟି ସଦସ୍ୟ ଭାବେ ନିଆଯାଇଛି ।
ସଭାପତି ସନାତନ ସାହୁ ଜଣେ ଉଚ୍ଚ ଶିକ୍ଷିତ ତଥା ନିର୍ବିବାଦୀୟ , ନିଷ୍କଳଙ୍କ ଓ ନିସ୍ୱାର୍ଥପର ବ୍ୟକ୍ତି ଭାବେ ପରିଚିତ । ଶ୍ରୀଯୁକ୍ତ ସାହୁ ଙ୍କୁ ସଭାପତି ଚୟନ କରାଯାଇଥିବାରୁ ସାରା ଭୁବନ ରେ ଆନନ୍ଦ ପ୍ରକାଶ ପାଇଛି ।
ମୁଁ ଆଦୌ ଲବିରେ ନଥିଲି , ବାବା ବୁଦ୍ଧେଶ୍ୱର ଙ୍କ ଇଚ୍ଛାରେ ମୁଁ ସଭାପତି ଦାୟିତ୍ୱ ନେଇଛି । ଦୀର୍ଘ ବର୍ଷ ହେଲା ମୁଁ ବାବା ଙ୍କ ସେବା କରିଆସୁଛି । ଏହି ଗୁରୁ ଦାୟିତ୍ୱକୁ ମୁଁ ନିଷ୍ଠା , ଏକାଗ୍ରତା ସହ ପାଳନ କରିବି , ସବୁ ସେଇ ବାବାଙ୍କ ଇଚ୍ଛା ବୋଲି ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ ।