ଢ଼େଙ୍କାନାଳ : ଭୁବନ ବାଜିରାଉତ ଜୁନିଅର କଲେଜରେ ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ଏହି ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଜିକାଲି ସମାଜରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବାରୁ ଛାତ୍ରୀ ମାନେ ନିଜର ସୁରକ୍ଷା ପାଇଁ ସର୍ବଦା ନିଜେ ପ୍ରସ୍ତୁତ ରହିବା ଉଚିତ । ଏହାହିଁ ଆତ୍ମରକ୍ଷା ତାଲିମ ଶିବିର ର ମୂଳଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଅନୀଲ ଧୀର , ଅଧ୍ୟାପିକା ଅନ୍ନପୂର୍ଣ୍ଣା ବେହେରା ଯୋଗଦେଇ ଛାତ୍ରୀ ମାନେ ନିଷ୍ଠା , ଏକାଗ୍ରତା ଓ ଆନ୍ତରିକତା ସହ ପ୍ରଶିକ୍ଷଣ ନେଲେ ଆଗାମୀ ଦିନରେ ସୁଫଳ ପାଇବେ ବୋଲି ମତବ୍ୟକ୍ତ କରିଥିଲେ ।
ପ୍ରଶିକ୍ଷିକା ଭାବେ ମାଷ୍ଟର ଟ୍ରେନର ଭାଗ୍ୟବତୀ ସିଂହ ସମୁଦାୟ ୧୧୧ ଜଣ ଛାତ୍ରୀ ଙ୍କୁ ଜୁଡୋ , କରାଟେ ପ୍ରଶିକ୍ଷଣ ଦେଉଛନ୍ତି । ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।