ଢେଙ୍କାନାଳ : ନବମ ବାର୍ଷିକ ଏକଦିବସୀୟ ସମୂହ ସତ୍ଚରିତ ପାରାୟଣ ଢ଼େଙ୍କାନାଳ କାରିଗର ଶାହିସ୍ଥ ଅଭିନନ୍ଦନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମ ସକାଳ ୬ ଟାରୁ ଆରମ୍ଭ ହୋଇ ରାତ୍ର ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯକ୍ରମ ପ୍ରାରମ୍ଭ ବାବାଙ୍କ ସକାଳ ୫ଟାରେ ମହାସ୍ନାନ ରୁ ହୋଇଥିଲା । ପରେପରେ ବିଷ୍ଣୁ ସହସ୍ରନାମ, ସାଇଙ୍କ ୧୦୮ ନାମ ସହ ଗୁରୁ ଭାଗବତ ପାଠ ହୋଇଥିଲା ଏବଂ ସକାଳ ୮ଘଟିକା ରୁ ସାଇ ସତ୍ ଚରିତ ପାରାୟଣ କାର୍ଯକ୍ରମ ଆରମ୍ଭ ହୋଇ ପରେ ପ୍ରଥମ ଜଳଯୋଗ ବିରତି ହୋଇଥିଲା ।
ଏହାପରେ ଦିନ ୨ଟା ରେ ମଧ୍ୟାହ୍ନ ଭୋଜନ ପାଇଁ ଦିତୀୟ ବିରତି ସଂଧ୍ୟା ୫ଟା ରେ ଜଳଖିଆ ପାଇଁ ତୃତୀୟ ବିରତି ଅନୁଷ୍ଠିତ ହୋଇଥିଲା । ପରେ ପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଯଥା ରାଜା ସାହେବ୍ ବ୍ରିଗେଡିଅର୍ କାମାକ୍ଷା ପ୍ରସାଦ ସିଂହଦେଓ,ରାଣୀ ସହେବା ସବିତ୍ରୀ ଦେବୀଙ୍କ ଦ୍ୱାରା ସମ୍ବର୍ଧନା କାର୍ଯକ୍ରମ ହୋଇଥିଲା । ପ୍ରବଚିକା ଶ୍ରୀମତୀ ଶୁଭଶ୍ରୀ ମିଶ୍ର ମହୋଦୟା ଙ୍କୁ ସାଇ ଶ୍ରଦ୍ଧା ସବୁରୀ ସମ୍ମାନ, ପ୍ରବଚକ ଶ୍ରୀ ସୁଭାନ୍ୱେଶ ରଥ ମହୋଦୟ ଙ୍କୁ ସାଇ ପାରାୟଣ ସମ୍ମାନ, ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ମୀନାକ୍ଷୀ ରଥ ମହୋଦୟାଙ୍କୁ ସାଇ ସଙ୍ଗୀତ ସାମ୍ରାଙ୍ଗି ସମ୍ମାନ, ଏବଂ ସୁଦୂର ସୁନ୍ଦରଗଡ଼ ଜିଲ୍ଲାର ଶ୍ମଶାନ ବନ୍ଧୁ ସିଦ୍ଧାନ୍ତ କୁମାର ପଣ୍ଡାଙ୍କୁ ସାଇ ସମାଜସେବୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।
ଦିନ ତମାମ ସାଇ ସତ୍ ଚରିତ ପାରାୟଣ ସମ୍ବର୍ଦ୍ଧିତ ପ୍ରଶ୍ନ ଉତର କାର୍ଯକ୍ରମ ବିଜେତା ମାନଙ୍କୁ ସମ୍ବର୍ଦ୍ଧନା କରାଯାଉଥିଲା । ପରେ ପରେ ଶ୍ରୀ ସାଇ ସତ୍ ଚରିତ ପାରାୟଣ ଅନୁଷ୍ଠାନ ଢ଼େଙ୍କାନାଳ ର ସମସ୍ତ କର୍ମକର୍ତା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଧ୍ୟା ୭ଟା ରେ ସୁନାମ ଧନ୍ୟା କଣ୍ଠଶିଳ୍ପୀ ଙ୍କ ଦ୍ୱାରା ଭଜନ କାର୍ଯକ୍ରମ ହୋଇଥିଲା । ଶେଷରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରସାଦସେବନର କାର୍ଯକ୍ରମ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର ସମସ୍ତ ସଦସ୍ୟ ବାବାଙ୍କୁ ପାଲିଙ୍କିରେ ବସାଇ ସ୍ୱ-ସ୍ଥାନକୁ ପ୍ରତ୍ୟାବର୍ତନ କରାଯାଇଥିଲା ।