ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଆଥ୍‌ଲେଟିକ୍ସ କବାଡି ଓ ହକିର ଉଦ୍‌ଯାପନୀ ଉତ୍ସବ !


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସମୂହ ଆଥ୍‌ଲେଟିକ୍ସ, କବାଡି ଓ ହକି ପ୍ରତିଯୋଗିତା ଚଳିତ ମାସ ୪ ତାରିଖ ଠାରୁ ୬ ତାରିଖ  ପର୍ଯ୍ୟନ୍ତ ୩ଦିନ ଧରି ମୁଖ୍ୟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ଆଥଲେଟିକ୍ସ କବାଡି ଓ ହକି ପ୍ରତିଯୋଗିତାରେ ଜିଲ୍ଲାର ୮ଟି ବ୍ଲକ୍‌ର ଚାରିଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଟିମ୍ ମ୍ୟାନେଜର ଓ ଶାରୀରିକ ଶିକ୍ଷା ଶିକ୍ଷକ ଯୋଗଦାନ କରିଥିଲେ । ପ୍ରଥମ ଦିନର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ସଦର ବିଇଓ ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଯୋଗଦେଇଥିଲେ ।

ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ନଳିନୀ କୁମାର ଦାସ ଯୋଗଦେଇ କ୍ରୀଡାବିତ୍‌ମାନଙ୍କୁ ରାଜ୍ୟ ଓ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଉତମ ଖେଳାଳୀ ହେବା ପାଇଁ ଆହ୍ୱାନ ଦେଇଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ହକି କୋଚ୍ ଫ୍ଲୋରେନ୍‌ସିଆ ଏକା ଜିଲ୍ଲାରେ ଦକ୍ଷ ହକି ଖେଳାଳୀ ସୃଷ୍ଟି ହେବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଜ୍ୟୋତି ପ୍ରସାଦ ପରିଡା ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଜିଲ୍ଲାର ଚାରିଜଣ ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ଦାସ, ରଞ୍ଜନ କୁମାର ରଣା, ସତ୍ୟବ୍ରତ ମାଟିଆମିଶ୍ର ଏବଂ ନଶିମ୍‌ଆରା ବେଗମ୍ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଂଚାସୀନ ଥିଲେ ।ଉକ୍ତ ପ୍ରତିଯୋଗିତାରେ ଆଥଲେଟିକ୍ସ, କବାଡି ଓ ହକିର ପ୍ରତିଭାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା ।

୧୭ବର୍ଷରୁ କମ୍ କବାଡି ବାଳକ ବିଭାଗରେ ପରଜଙ୍ଗ ବ୍ଲକ୍ ଚମ୍ପିଆନ୍ ହୋଇଥିବାବେଳେ ହିନ୍ଦୋଳ ବ୍ଲକ୍ ରନର୍ସ-ଅପ୍ ହୋଇଥିଲା । ବାଳିକା ବିଭାଗରେ ପରଜଙ୍ଗ ଚମ୍ପିଆନ୍ ହୋଇଥିବାବେଳେ ଗଁଦିଆ ବ୍ଲକ୍ ରନର୍ସ-ଅପ୍ ହୋଇଥିଲା । ୧୪ବର୍ଷରୁ କମ୍ କବାଡି ବାଳକ ବିଭାଗରେ କଙ୍କଡାହାଡ ବ୍ଲକ୍ ଚମ୍ପିଆନ୍ ହୋଇଥିବାବେଳେ ହିନ୍ଦୋଳ ବ୍ଲକ୍ ରନର୍ସ-ଅପ୍ ହୋଇଥିଲା ।

କବାଡି ବାଳିକା ବିଭାଗରେ କାମାକ୍ଷାନଗର ବ୍ଲକ୍ ଚମ୍ପିଆନ୍ ହୋଇଥିବାବେଳେ ହିନ୍ଦୋଳ ବ୍ଲକ୍ ରନର୍ସ-ଅପ୍ ହୋଇଥିଲା । ୧୭ବର୍ଷରୁ କମ୍ ହକି ବାଳିକା ବିଭାଗରେ ସଦରବ୍ଲକ୍ ଚମ୍ପିଆନ୍ ହୋଇଥିବାବେଳେ ଗଁଦିଆ ବ୍ଲକ୍ ରନର୍ସ-ଅପ୍ ହୋଇଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲାର ଶାରୀରିକ ଶିକ୍ଷା ଶିକ୍ଷକ ନରେଶ କୁମାର ମହାରଣା, ପ୍ରଶାନ୍ତ ଧଳ, ଅକ୍ଷୟ ପଣ୍ଡା, ସନ୍ତୋଷ କାନୁନ୍‌ଗୋ, ସନ୍ତୋଷ ପରିଡା, କ୍ରୀଡାସଂଘର କର୍ମକର୍ତା ଗୌରାଙ୍ଗ ଚରଣ ସେଠୀ ଓ ଅଭିଜିତ୍ ମିଶ୍ର, ଶାରୀରିକ ଶିକ୍ଷା ଶିକ୍ଷକ ରଞ୍ଜନ ଦେହୁରୀ, ପ୍ରତାପ ସାମନ୍ତ, ପ୍ରଶାନ୍ତ ସାହୁ, ଗିରିଶ ଚନ୍ଦ୍ର ନାୟକ, ଉମେଶ ଦାସ, ସୁବ୍ରତ ମିଶ୍ର, ଶୁଶିଲ୍ ପଣ୍ଡା, ବିଜୟ ଦେହୁରୀ, ଉମେଶ ସାମଲ, ଦୁଷ୍ମନ୍ତ ସେଠୀ, ଅନିଲ୍ ନନ୍ଦ, ତ୍ରିଲୋଚନ ସାହୁ, ସୁଶାନ୍ତ ନାଥ ଓ ସାଗର ରାଉତ ପ୍ରମୁଖ ସହଯୋଗ କରିଥିଲେ ।

ମଞ୍ଚ ସଜାରେ ମଞ୍ଜୁବାଳା ବେହେରା, ହରପ୍ରିୟା ଦାସ, ବିଜୟଲକ୍ଷ୍ମୀ ସାହୁ, ରାମକୃଷ୍ଣ ବେହେରା, ସରିତା ବିଶ୍ୱାଳ, ଜଗନ୍ନାଥ ସାହୁ, ପ୍ରକାଶ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଘୋଷକ ଭାବରେ ବିପିନି ବିହାରୀ ସାହୁ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.

12 − eleven =