ବିଶ୍ୱ ହକି ଟୁର୍ନାମେଣ୍ଟ  ଟ୍ରଫିକୁ ଭବ୍ଯ ସମ୍ବର୍ଦ୍ଧନା  !

ଢ଼େଙ୍କାନାଳ: ବିଶ୍ୱ ହକି ଟୁର୍ନାମେଣ୍ଟକୁ ସ୍ମରଣୀୟ କରିବା  ଲାଗି ରାଜ୍ୟ ପରିକ୍ରମାରେ  ବାହାରି ଥିବାବେଳେ ଟ୍ରଫିକୁ ଢେଙ୍କାନାଳ ସହରରେ  ଦିଆଯାଉଛି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା। 

ଟ୍ରଫି ପହଞ୍ଚିବାଠାରୁ ଆରମ୍ଭ କରି  ବିଦାୟ ନେବା ପର୍ଯ୍ୟନ୍ତ  ସମସ୍ତଙ୍କ ମଧ୍ୟରେ  ବିପୁଳ ଉତ୍ସାହ ଓ ଉଦ୍ଦୀପନା।  ସାଂସ୍କୃତିକ କାର୍ଯ୍ୟକ୍ରମ  ,ଆତସବାଜିରେ  ଭବ୍ୟ ଶୋଭାଯାତ୍ରାରେ ଟ୍ରଫି ନଗର ପରିକ୍ରମା  କରିଥିବାବେଳେ ଜନସମୁଦ୍ର ରେ  ପରିଣତି ହୋଇଥିଲା  ସାରା ସହର।

ଢେଙ୍କାନାଳ ସହରରେ  ସନ୍ଧ୍ୟାରେ ପହଞ୍ଚିଥିବା ବିଶ୍ୱକପ ହକି ଟ୍ରଫି ରାତ୍ରିରହଣି କରିଥିଲା ସର୍କିଟ ହାଉସରେ।  ସକାଳ ୭ଟାରେ ପାରମ୍ପରିକ ଲୋକନତ୍ୟୃ , ବାଦ୍ୟର ତାଳେ ତାଳେ ବିଶାଳ ଶୋଭା ଯାତ୍ରାରେ ସର୍କିଟ୍‌ହାଉସ୍‌ରୁବାହାରିଥିବା ଟ୍ରଫିବସଷ୍ଟାଣ୍ଡ୍‌ , କୋର୍ଟ ଛକ, ବଳରାମ ମନ୍ଦିର, ରଥଗଡ଼ା, ଗଣେଶ ବଜାର ଦେଇ ମିନିଷ୍ଟାଡିୟମ ରେପହଞ୍ଚିଥିଲା। ଏହିଅବସରରେ ସହରସ୍ଥିତବରପତ୍ରଙ୍କୁ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣକରାଯାଇଥିଲା।

ବିଧାୟକ ସୁଧୀରସାମଲ, ଜିଲ୍ଲାପାଳ ସରୋଜ ସେଠୀ, ଜିଲ୍ଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣଙ୍କସମେତ ବିଭିନ୍ନ କ୍ରୀଡ଼ାସଙ୍ଗଠନ, ସାଂସ୍କୃତିକଅନୁଷ୍ଠାନ , ପ୍ରଶାସନିକ ଅଧିକାରୀ  , ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା , ଶିକ୍ଷାନୁଷ୍ଠାନର  ଛାତ୍ରଛାତ୍ରୀ, ଗଣମାଧ୍ୟମପ୍ରତିନିଧି, ଜନପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିଲେ। ମିନିଷ୍ଟାଡିୟମ ରେଆୟୋଜିତ ଉତ୍ସବରେ ମଶାଲ, ବିଶ୍ୱକପହକିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ହକି ବିଶ୍ୱକପ୍‌ ଉପଲକ୍ଷେ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ବିଭିନ୍ନକାର୍ଯ୍ୟକ୍ରମ ର୍ ସମ୍ପର୍କରେ ଜିଲ୍ଲାପାଳ ସୂଚନାଦେଇଥିଲେ।

ଏହାପରେ ସାଂସ୍କୃତିକକାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭାରତୀୟ ଦଳର ସଫଳତା ପାଇଁ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ।  ଏହାପରେ ଟ୍ରଫିକାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼ଦେଇ କେନ୍ଦଝରୁ ଅଭିମୁଖେ ଯାଇଥିଲା। 

Leave A Reply

Your email address will not be published.

3 + 7 =