ଇନକ୍ସଟାକୋ ୨୦୨୨ରେ ଢେଙ୍କାନାଳ ଜାଭିୟର୍ସ ହାଇ ସ୍କୁଲ ଚମ୍ପିୟାନ !


ଢେଙ୍କାନାଳ : କୋରାପୁଟ ଜିଲ୍ଲା ଜୟପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ଅନୁଷ୍ଠିତ ସର୍ବଭାରତୀୟ ଇଣ୍ଟର ଜାଭିୟର୍ସ ଟ୍ୟାଲେଣ୍ଟ କଣ୍ଟଷ୍ଟ (ଇନକ୍ସଟାକୋ) ପ୍ରତିଯୋଗିତାରେ ଢେଙ୍କାନାଳ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ୫ମ ଥର ପାଇଁ ଚମ୍ପିୟାନ ଟ୍ରଫି ହାସଲ କରିଛି ।

ଏହି ପ୍ରତିଯୋଗିତା ଡିସେମ୍ବର ମାସ ୨୨ ଏବଂ ୨୩ ତାରିଖରେ ଜୟପୁର ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟର ୨୫ ଟି ସେଂଟ ଜାଭିୟର୍ସ ହାଇସ୍କୁଲର ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଥିରେ ଦଳଗତ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, ପାଂଟୋମାଇନ, ହରର ସୋ ଏବଂ ଜାଭିୟର୍ସ ଗଟ୍ ଟ୍ୟାଲେଂଟ୍ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଢେଙ୍କାନାଳ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ଚାରୋଟି ବିଭାଗରେ ପ୍ରଥମ ଏବଂ ଦୁଇଟି ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସର୍ବୋଚ୍ଚ ସ୍ଥାନ ହାସଲ କରି ଚମ୍ପିୟାନ ଟ୍ରଫି ହାସଲ କରିଥିଲେ । ଏହି ସଫଳତା ପାଇଁ ସମସ୍ତ ଅଭିଭାବକ, ଶୁଭେଚ୍ଛୁ, ପରିଚାଳନା ପରିଷଦ, ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ପ୍ରତିଯୋଗିତାରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ନର୍ମଦା ମହାପାତ୍ର, ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତି ସାହୁ, ଜିତେନ୍ଦ୍ର ବେହେରା ଇତ୍ୟାଦି ସଦସ୍ୟା ଏବଂ ସଦସ୍ୟ ପିଲାମାନଙ୍କ ସହ ରହି ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

four × 3 =