ଢ଼େଙ୍କାନାଳ : ଗ୍ରାମାଞ୍ଚଳରେ ରାସ୍ତା ଘାଟ ଆଲୋକୀକରଣ ପାଈଁ ରାଜ୍ଯ ସରକାର ପଞ୍ଚାୟତ ସ୍ତରରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି I ପଞ୍ଚାୟତ ପକ୍ଷରୁ ସଠିକ୍ ଭାବେ ପରିଚାଳନା ହେଉନଥିବାରୁ ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ରେ ରାସ୍ତା ଆଲୋକୀକରଣ ରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି I ୨୦୧୮ ମସିହାରୁ ପଞ୍ଚାୟତ ପକ୍ଷରୁ ପାଖା ପାଖି ୧୫୦ ରୁ ଉର୍ଦ୍ଧ୍ବ ଷ୍ଟ୍ରିଟ ଲାଇଟ ଆଲୋକୀକରଣ ପାଈଁ ଲଗାଯାଇଛି I
ପଞ୍ଚାୟତ ର ନଅ ଟି ଗ୍ରାମ ସହ ପୂର୍ତ୍ତ ବିଭାଗ ରାସ୍ତାର ମାର୍ଥାପୁର ବସଷ୍ଟାଣ୍ଡ ଠାରୁ ଗୋବିନ୍ଦପୁର ଗ୍ରାମର ତିନି କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଆଲୋକୀକରଣ ପାଈଁ ଲଗାଯାଇଛି I ମାର୍ଥାପୁର ପଞ୍ଚାୟତ ର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମେ ଭାବେ ଗୋବିନ୍ଦପୁର ଗ୍ରାମ ସ୍ଥାନ ପାଇଥିବା ବେଳେ ଉକ୍ତ ଗ୍ରାମକୁ ଚତୁଃପାର୍ଶ୍ଵ ମଧ୍ଯ ଆଲୋକୀକରଣ କରାଯାଇଛି I
କିଛିଦିନ ତଳେ ସାତୋଟି ଲାଇଟ୍ ଚୋରି ହୋଇଯାଇଥିବା ରୁ ପଞ୍ଚାୟତ ପଞ୍ଚାୟତ କୋଣସି ବ୍ୟବସ୍ତା ହୋଇନଥିବାରୁ ରାସ୍ତା ଅନ୍ଧାର ହୋଇ ରହିଛି I ଲାଇଟ୍ ଗୁଡିକ ମରାମତି ପାଇଁ ପ୍ରତି ବର୍ଷ ପଞ୍ଚାୟତ କୁ ଜିପିଡିପି ରେ ଆର୍ଥିକ ରାଶି ସରକାର ଯୋଗଦେଇଛନ୍ତି I ହେଲେ ପଞ୍ଚାୟତ ର ଢ଼ିଲା ମନ ବୃତ୍ତି ଯୋଗୁ କେଉଁଠି ଅନ୍ଧାର ତ କେଉଁଠି ଆଲୁଅ ହୋଇ ରହିଛି I
ଆଜି କି ପାଞ୍ଚ ଦିନ ହେବ ମାର୍ଥାପୁର ଗାଁ ଭିତରେ ଦଶଟି ଲାଇଟ୍ ଅଚଳ ହୋଇଯାଇଛି I ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ର ଯନ୍ତୀ କୁହନ୍ତି ଦଶ ଟି ଲାଇଟ୍ ଅଚଳ ଯୋଗୁ ସେଠାରେ ପ୍ରିପେଡ ମିଟର ଲାଗିଛି ପୁନର୍ବାର ପଞ୍ଚାୟତ ପକ୍ଷରୁ ବିଲ୍ ପୈଠ ହେଲେ ଜଳିବ ବୋଲି ଜଣାଇଛନ୍ତି I ଏ ପଟେ ପଞ୍ଚାୟତ ଅଜାଣତରେ ବିଦ୍ୟୁତ୍ ବିଭାଗ ପ୍ରିପେଡ ମିଟର ଲାଗିଥିବା ଜନ ପ୍ରତିନିଧି ଜଣାଇଛନ୍ତି I
ସହର ଭଲି ଗାଁ ଆଲୋକୀକରଣ ହେବା ପାଇଁ ସରକାର ବ୍ୟାପକ ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଅବହେଳିତ ଯୋଗୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି I ଖୁବ୍ ଶୀଘ୍ର ପଞ୍ଚାୟତ ପକ୍ଷରୁ ଅଚଳ ଲାଇଟ୍ କୁ ମରାମତି ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି I