ନବବର୍ଷ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳରେ ଭବ୍ୟ ସ୍ୱାଗତ : ଜାତୀୟ ରାଜପଥ ନିର୍ମାଣର ସମୀକ୍ଷା କଲେ ଶ୍ରୀ ପ୍ରଧାନ !

ଢେଙ୍କାନାଳ : ଦତାତ୍ରେୟ ସାଇ ଆଶ୍ରମର ପ୍ରତିଷ୍ଠାତା ଶ୍ରମିକ ନେତା ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ କେନ୍ଦ୍ର ଶିକ୍ଷା, ଉଦ୍ୟମିତା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ସର୍କିଟ୍ ହାଉସ୍‌ରେ ପହଞ୍ଚିବା ମାତ୍ରେ ନବବର୍ଷ ଅବସରରେ ଦଳୀୟ ନେତୃବୃନ୍ଦ, କାର୍ଯ୍ୟକର୍ତା ଓ ଜନସାଧାରଣ ତାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ ।

ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ନିରୋଜ ନଳିନୀ ମହାଳିକ, ଢେଙ୍କାନାଳ ଲୋକସଭା ପ୍ରବାସ ସଂଯୋଜକ ପ୍ରେମାନନ୍ଦ ଜେନା, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ରଞ୍ଜନ ଭୂୟାଁ, ଅଞ୍ଜନ ପାଣି, ଜିଲ୍ଲା ସଂପାଦିକା ଅନିତା ଦାସ, ମହିଳାମୋର୍ଚ୍ଚା ସଂପାଦିକା ସସ୍ମିତା ସାମଲ, ଅନୁସୂଚିତ ଜାତି ଜିଲ୍ଲା ସଭାପତି ଲକ୍ଷ୍ମୀକାନ୍ତ ଦଳେଇ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ପୂର୍ବତନ ସଭାପତି ତଥା କାଉନ୍‌ସିଲର ନିରୋଦ କୁମାର ସାହୁ, କାଉନ୍‌ସିଲର ମମତା ସାହୁ, ସୂର୍ଯ୍ୟପ୍ରତାପ ରାଉତ, ସୁମିତ୍ରା ମଲ୍ଲିକ (୧୦), ସୁମିତ୍ରା ମଲ୍ଲିକ (୨୨), ଲକ୍ଷ୍ମୀପ୍ରିୟା ଦଳେଇ, ପ୍ରତାପ ନାଏକ, ବଳରାମ ସେଠୀ, ଜିଲ୍ଲା ଆଇଟି ସେଲ୍ ପ୍ରଭାରୀ ରମ୍ୟରଞ୍ଜନ ମହାପାତ୍ର, ସୁଚିତ୍ର ବେହେରା, ସନ୍ତୋଷ କୁମାର ରାଉତ, ବିକାଶ ସାହୁ, ସଚିଦାନନ୍ଦ ସାମଲ, ଦୀପକ ପଟ୍ଟନାୟକ, ପାଣ୍ଡବ ମହାପାତ୍ର, ମଧୁସ୍ମିତା ପୁହାଣ, ନାଗାର୍ଜୁନ ପାତ୍ର, ଅନିମେଶ୍ ଚାନ୍ଦ, ବିନୋଦ ମଲ୍ଲିକ, ପ୍ରଦୀପ ମଲ୍ଲିକ, ବିଭୁତି ଭୂଷଣ ଷଣ୍ଢଙ୍କ ସମେତ ବହୁ କାର୍ଯ୍ୟକର୍ତା ପ୍ରମୁଖ ଉପରୋକ୍ତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ୍ ଥିଲେ ।

ପରେ ସ୍ଥାନୀୟ ସର୍କିଟ୍ ହାଉସ୍‌ରେ ଜିଲ୍ଲାପାଳ ଓ ଜାତୀୟ ରାଜପଥ ୫୫ନଂ ର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ଚାଲୁ ରହିଥିବା ସଂପ୍ରସାରଣ ନିର୍ମାଣ କାର୍ଯ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମୀକ୍ଷା କରିବା ସହ ତୁରନ୍ତ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।


Leave A Reply

Your email address will not be published.

4 × five =