ଢ଼େଙ୍କାନାଳ: ସରକାର ସମସ୍ତ ବର୍ଗ ଲୋକ ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ ନ ହେବେ ସରକାର ବିଜୁ ସ୍ୱାସ୍ଥ୍ୟ ବୀମା ସହିତ ନିଃଶୁଳ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ହୋଇଛି । ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ କେଇପଦ ଦୂରରେ ନିସହାୟ ଓ ଯନ୍ତ୍ରଣାରେ ପଡି ରହିଥିଲେ ଜଣେ ବ୍ୟକ୍ତି ।
ବ୍ୟକ୍ତିଙ୍କ କହିବା ମୁତାବକ ସେ ଦେବଗଡ଼ ପୂର୍ଣ୍ଣଚନ୍ଦ୍ର ସୁନେଲ ଯିଏକି ଢ଼େଙ୍କାନାଳ କାମାକ୍ଷାନଗର କୁ ମଜୁରୀ ପାଇଁ ଆସିଥିଲେ ତାଙ୍କୁ କିଛି ଅସାମାଜିକ ଲୋକ ମାରିକି ତାଙ୍କ ମୋବାଇଲ୍ ସମେତ ପର୍ଶ ଓ ପଇସା ନେଇଗଲେ । ଆକ୍ରମଣରେ ତାଙ୍କ ଗୋଡ଼ ଦୁଇଖଣ୍ଡ ହେଇ ଯାଇଛି। ପ୍ରଥମେ କାମାକ୍ଷାନଗର ରେ ଚିକିତ୍ସା ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ। ହେଲେ ଚିକିତ୍ସିତ ପାଇଁ ତାଙ୍କର ବିଜୁସ୍ବାସ୍ଥ୍ୟ ବିମା ନଥିବାରୁ ମେଡ଼ିକାଲ କର୍ମଚାରୀ ତାଙ୍କୁ ଆଣି ଢ଼େଙ୍କାନାଳ ବସଷ୍ଟାଣ୍ଡ ସ୍ଥିତ ହନୁମାନ ବାଟିକା ଠାରେ ଅଳିଆ ବୁହା ଗାଡ଼ିରେ ଆଣି ଛାଡ଼ି ଦେଇ ଗଲେ।
ଅସହ୍ଯ ଭୋକ ଯନ୍ତ୍ରଣାରେ ଆଉଟୁପାଉଟୁ ହେଉଥିବାବେଳେ ସ୍ତାନୀୟ କାର୍ଯ୍ୟରତ ଟ୍ରାଫିକ ପୋଲିସ କିଛି ଖାଦ୍ୟ ବ୍ୟବସ୍ଥା କରିଥିଲେ। ଏନେଇ ସହୃଦୟ ବ୍ଯକ୍ତି ସ୍ବେଛାସେବୀ ଙ୍କୁ ଅବଗତ କରିଥିଲେ । ଏକ ନିଜ ଗାଡ଼ି ବ୍ୟବସ୍ଥା କରି ପିନାକୀ ଦାଶ,ସୌମ୍ୟା ମିଶ୍ର ଓ ସାଥୀ ସେଠାରେ ପହଞ୍ଚି ତାଙ୍କୁ ଢ଼େଙ୍କାନାଳ ମୂଖ୍ୟ ଚିକିତ୍ସାଳୟରେ ଆଡ଼ମିଶନ କରେଇ ଥିଲେ । କିପରି ତାଙ୍କ ଚିକିତ୍ସା ଭଲ ଭାବରେ ହୋଇ ପାରିବ ସେହି ବିଷୟରେ ମେଡ଼ିକାଲ କତୃପକ୍ଷ ସହ କଥା ହେବା ସହିତ ତାଙ୍କ ଘରଲୋକଙ୍କ ସହିତ ଯୋଗାଯୋଗ ପାଇଁ ଚେଷ୍ଟା କରୁଥିବାର ଜଣାପଡିଛି ।