ଲମ୍ବୋଦରପୁର ଗ୍ରାମରେ ମହାଚଣ୍ଡୀଙ୍କ ୧୮ତମ ଯଜ୍ଞ !


ଢେଙ୍କାନାଳ : ପ୍ରତିବର୍ଷ ପରି ଚଳିତ ବର୍ଷ ଜାନୁଆରୀ ୪ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ତ୍ରିଦିନାତ୍ମକ ମହାଚଣ୍ଡୀ ଯଜ୍ଞ ଲମ୍ବୋଦରପୁର ଶାସନସ୍ଥ ତଥା ଏହି ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମା’ଜଗତ୍‌ଜନନୀ ବ୍ରାହ୍ମଣୀଦେବୀଙ୍କ ବିଜୟସ୍ଥଳୀରେ ୧୮ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ଅଦ୍ୟ ମଙ୍ଗଳବାର ୩ ତାରିଖ ଅଙ୍କୁରାରୋପଣ ହୋଇ ଯଜ୍ଞର ଶୁଭାଆରମ୍ଭ ହୋଇଅଛି । ୪ ତାରିଖରେ ଘଟ ଆନୟନ, ଶାଲା ସଂସ୍କାର, ଅଧିବାସ, ଅଗ୍ନିସ୍ଥାପନ୍ମ, କୁଣ୍ଡମଣ୍ଡଳାଦି ପୂଜନମ୍‌, ୫ ତାରିଖରେ ସୂର୍ଯ୍ୟପୂଜା, ଗୋ-ପୂଜା, ବିଷ୍ଣୁସର୍ବୋତ୍ର ଭଦ୍ର ମଣ୍ଡଳ ପୂଜା, ରୁଦ୍ରାର୍ଜନ ଗୀତାଯଜ୍ଞ ଏବଂ ୬ ତାରିଖରେ ସୂର୍ଯ୍ୟପୂଜା, ଗୋ-ପୂଜା, ଗ୍ରହପୂଜା, ମହାଚଣ୍ଡୀ ଯଜ୍ଞ ଓ ପୂର୍ଣ୍ଣାହୁତି ହେବା ସହିତ ଅପରାହ୍ନ ୨ ଘଟିକାରେ ପ୍ରସାଦସେବନର ବ୍ୟବସ୍ଥା ହୋଇଅଛି ।

ତତ୍‌ସହିତ ପ୍ରତ୍ୟେକ ଦିନ ସକାଳ ମଙ୍ଗଳା ଆଳତୀ, ମା’ଙ୍କ ମାଜଣା ଓ ୧୦୦୮ ବେଲପତ୍ର ଲାଗି ଓ ପଣାଭୋଗ ସହିତ ଚଣ୍ଡୀପାଠ କରାଯାଏ । ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ମିଶ୍ର ଥିବାବେଳେ ତାଙ୍କ ସହିତ ମାନସ ରଞ୍ଜନ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପୂଜାର୍ଚ୍ଚନାରେ ସହଯୋଗ କରୁଛନ୍ତି ।

ଉକ୍ତ ଯଜ୍ଞରେ କର୍ତା ଭାବେ ବିଜୟ କୁମା ସାହୁ ଓ ଉପକର୍ତା ସୂର୍ଯ୍ୟନାରାଣ କରଙ୍କ ସହିତ ନଗେନ୍ କର, ସୁରେଶ ଚନ୍ଦ୍ର କର, ଧୂର୍ବଚରଣ ରାଉତ, ଅଶୋକ, ସୁର, କୁନା, ବବୁଲ୍‌, ପ୍ରତାପ ପ୍ରମୁଖଙ୍କ ସହିତ ଗ୍ରାମବାସୀଙ୍କ ସହଯୋଗରେ ମା’ଙ୍କ ୧୮ତମ ବାର୍ଷିକୋତ୍ସବ ତଥା ମହାଚଣ୍ଡୀ ଯଜ୍ଞ ବହୁ ଆଡମ୍ବର ସହିତ ଓ ଉତ୍ସହର ସହିତ ଆରମ୍ବ ହୋଇଛି ।

Leave A Reply

Your email address will not be published.

8 + 3 =