ଶାସକ ବିଜେଡିର ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ବେଆଇନ ନିଶା ସାମ୍ରାଜ୍ୟ : ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଦୁଇ ସହଯୋଗୀ ଗିରଫ !

ଢେଙ୍କାନାଳ : ଅବକାରୀ ବିଭାଗ ଚଢାଉ କରିଛି ଅପମିଶ୍ରିତ ନକଲି ବିଦେଶୀମଦ କାରଖାନା ଉପରେ । ଜଣେ ଜିଲ୍ଲା ପରିଷଦ ସଭ୍ୟ ଚଳାଉଥିଲେ ଏହି ନକଲି ବିଦେଶୀ ମଦ କାରଖାନା ।

ସୂଚନା ମୁତାବକ ଶାସକ ବିଜେଡିର ଜଣେ ଜିଲ୍ଲା ପରିଷଦ ସଭ୍ୟ ଚଳାଉଥିଲେ ଏହି ନକଲି ବିଦେଶୀ ମଦ କାରଖାନା। ଏଥିରେ ତାଙ୍କୁ ସହଯୋଗ କରୁଥିଲେ ପୋଲିସ ବିଭାଗର ଜଣେ କନଷ୍ଟେବଳ। ଏହିଘଟଣାରେ ଭୁବନ ବ୍ଲକ ଜୋନ-୍‌ ୩ ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝି, କନେଷ୍ଟବଳ ସୁଶାନ୍ତ ଦଳେଇ ଏବଂ ସହଯୋଗୀ ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସମ୍ପର୍କୀୟ ଭାଇ ବୋଲିସ୍ପଷ୍ଟ ହୋଇଛି। ଏଭଳି ନକଲି ମଦ କାରବାର
ନେତା, ପୋଲିସଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ ସାରା ରାଜ୍ୟରେ ସୃଷ୍ଟି ହୋଇଛି ଆଲୋଡ଼ନ। ଭୁବନ ଥାନା ଏକତାଳିଗ୍ରାମରେ ଏକ ଅପମିଶ୍ରିତ ନକଲି ବିଦେଶୀମଦ କାରଖାନା ଚାଲିଥିବା ଗୋଇନ୍ଦା ସୂଚନା ମିଳିଥିଲା।

ଏହାପରେ ରାଜ୍ୟ ଅବକାରୀ କମିଶନର ଆଶିଷ ସିଂ ,ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ , ଉପଅଧୀକ୍ଷକ ସୀତାରାଣୀ
ପଟ୍ଟନାୟକ ସଦଳବଳ ଚଢ଼ାଉ କରିଥଲେ। ଘଟଣାସ୍ଥଳରୁ ୫୧ ଲିଟର ନକଲି ବିଦେଶୀ ମଦ, କାରାମେଲ, ଜାମାଇକା ରମ୍‌ ଏଲ୍‌ବି, ସିଲିଂ ମେଶିନ, ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୪୦୦ରୁ ଊର୍ଦ୍ଧ୍ବ କକ, ୧,୭୦୦ରୁ ଊର୍ଦ୍ଧ୍ବ ଲେବୁଲ, ଅବକାରୀ ବିଭାଗର ୬୪୦ ଲେବୁଲ, ୪୮ ଖାଲିବୋତଲ ଏବଂ ଦୁଇଟି ଜୀବନ୍ତ ଗୁଳିଜବତ କରାଯାଇଛି। ଖୋଳତାଡ଼ ବେଳେ ଅବକାରୀ ବିଭାଗକୁ ବହୁଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି।

ଏକତାଳିଗ୍ରାମରେ ତିଆରି ହେଉଥିବା ନକଲି ମଦକୁ ଯାଜପୁର, କେନ୍ଦୁଝର , ଭଦ୍ରକ, ଅନୁଗୋଳ ସମେତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଏଥିରେ ସୁବାସଙ୍କୁ ସହଯୋଗ କରୁଥିଲେ ଯାଜପୁର ଜିଲ୍ଲା ଯଖପୁରା ଥାନାର କାର୍ଯ୍ୟରତ କନଷ୍ଟେବଳ ସୁଶାନ୍ତ ଏବଂ ମୃଦଙ୍ଗା ଗ୍ରାମର ଘନିଷ୍ଠ ସହଯୋଗୀ ଅରବିନ୍ଦ। କେବଳ ଏହି ୩ଜଣ ଯେ ନକଲି ମଦ କାରବାରରେ ସମ୍ପୃକ୍ତ, ତାହାକୁ ବିଶ୍ୱାସ କରିହେଉନାହିଁ। ଏହି ଲିଙ୍କ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି,ତାହା ଜାଣିବା ଲାଗିଅବକାରୀ ବିଭାଗ ଖୋଳତାଡ଼ ଆରମ୍ଭ କରିଛି।

ଜିଲ୍ଲା ଅବକାରୀ ଅଧୀକ୍ଷକ କୁହନ୍ତି, ସୂଚନା ମିଳିବା ପରେ ଦୀର୍ଘଦିନ ହେଲା ବିଭାଗ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଜିଲ୍ଲାରେ ଚୋରା ଓ ନକଲି ମଦ କାରବାର ରୋକିବା ପାଇଁ ଜୋରଦାର୍‌ ଚଢ଼ାଉ କରାଯାଉଥିବା ସେ କହିଛନ୍ତି ।

Leave A Reply

Your email address will not be published.

eleven − 3 =