ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଶାଖାର ନୂତନ କର୍ମକର୍ତା ନିର୍ବାଚନ !
ଢେଙ୍କାନାଳ : ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଶାଖାର ଏକ ବୈଠକ ଗତ ତା.୦୧.୦୧.୨୦୨୩ରିଖରେ ମହେଶ ଚନ୍ଦ୍ର ସୁବାହୁସିଂହ ବିଦ୍ୟାପୀଠ, ପରଜଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲା ସଂଘ ସଭାପତି ନିରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପଦେଷ୍ଟା ପ୍ରମୋଦ କୁମାର ରାଉତ, ଜିଲ୍ଲା ସହ-ସଂପାଦକ ଦିଲ୍ଲୀପ କୁମାର ସାହୁ, ସଂଗଠକ ସଂପାଦକ ଶ୍ରୀକାନ୍ତ କୁମାର ସାହୁ ଏବଂ ବିପ୍ରବର ମହାଳିକ, ଜିଲ୍ଲା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭୋଳେଶ୍ୱର ନାୟକ, କେଦାର ନାୟକ ଏବଂ କାଳନ୍ଦୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ବୈଠକରେ ଅବସରକାଳୀନ ବୟସ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି, ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଗ୍ରେଡ୍ ପେ ୧୫୦୦ ପରିବର୍ତେ ୨୮୦୦ ଟଙ୍କାକୁ ବୃଦ୍ଧି , ୧୦ମ ପାସ୍ କରିଥିବା ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଭାଇମାନଙ୍କୁ ବିନା କଟକଣାରେ ପଦୋନ୍ନତି, ଏଡିଡି (ବ୍ଲକ୍ଗ୍ରାଂଟ୍) ଭାଇମାନଙ୍କର ଇପିଏଫ୍ ସୁବିଧା ପାଇଁ ଦାବି କରିବା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ସରକାରଙ୍କୁ ଦାବିଗୁଡିକ ପ୍ରତି ଦୃଷ୍ଟି ଦେଇ ଲାଗୁ କରିବା ପାଇଁ ଅନୁରୋଧ କରାଯାଇଥିଲା ।
ଏହି ଅବସରରେ ସଂଘର ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା । ନିର୍ବାଚିତ ହୋଇଥିବା ସଭାପତି ଭାବେ ପରଜଙ୍ଗ ବ୍ଲକ୍ କନ୍ଦରସିଙ୍ଗା ହାଇସ୍କୁଲ୍ର କେଶବ ଚରଣ ବିଶ୍ୱାଳ, ଉପସଭାପତି ବୁଦ୍ଧିମନ୍ତ ନାୟକ, ସମ୍ପାଦକ ବିନୟ କୁମାର ଦଳବେହେରା, ସହ-ସଂପାଦକ ବସନ୍ତ ନାୟକ, କୋଷାଧ୍ୟକ୍ଷ କନ୍ଦର୍ପ ଖୁଣ୍ଟିଆ ଓ ୫ଜଣ କମିଟି ମେମ୍ବରଙ୍କୁ ନିର୍ବାଚିତ କରାଗଲା, ରଞ୍ଜନ ବାରିକ, ଅମୂଲ୍ୟ କୁମାର ସାହୁ, ବିନୟ କୁମାର ବାରିକ, ଅଙ୍ଗଦ ରାଉତ, କେଦାରନାଥ ସାହୁ, ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ନିର୍ବାଚିତ ହୋଇଥିଲେ । ଶେଷରେ ପରଜଙ୍ଗ ବ୍ଲକରେ ଯୋଗଦେଇଥିବା ସମସ୍ତ ୪ର୍ଥ ଶ୍ରେଣୀ ଭାଇଭଉଣୀମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇ ସଭାସାଙ୍ଗ କରିଥିଲେ ।