ଭୁବନ; ଭିନ୍ନକ୍ଷମ ରମେଶଙ୍କୁ ଟ୍ରାଇ ସାଇକେଲ ପ୍ରଦାନ !

ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ଅସୁରବନ୍ଧ ଗ୍ରାମ ହରିଜନ ସାହି ର ଭିନ୍ନକ୍ଷମ ରମେଶ ମଳିକ (୪୦) ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି I

ରମେଶ ଆଜକୁ ପାଖା ପାଖି ବର୍ଷେ ହେବ ପାରାଲିସିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି I ଜନ ଅଭିଯୋଗ ଶୁଣାଣି ଶିବିର ରେ ଅଭିଯୋଗ ପରେ ବ୍ଲକ୍ ପ୍ରଶାସନ ଦୁଇ ହାଜର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ I ରମେଶ ଚାଲି ବୁଲି କାମ ଧନ୍ଦା କରିପାରୁ ନଥିବାରୁ କିଛିଦିନ ତଳେ ଓଡିଶ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ଯୁବ କଳିଙ୍ଗ ସଙ୍ଗଠନ ରମେଶ ଙ୍କୁ ଆର୍ଥିକ ରାଶି ଓ ରସନ୍ ସମାଗ୍ରୀ ଯୋଗାଇ ଦେଇଥିଲେ I

ସଂଗଠନ ର ପ୍ରିତିଶ ପଟ୍ଟନାୟକ ଓ ଦିବ୍ୟ ପ୍ରାସାଦ ଷଣ୍ଢ ଙ୍କ ସହଯୋଗରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାର ଶୁଭେନ୍ଦୁ ଖୁଣ୍ଟିଆ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାର ବିଜନ୍ ମିଶ୍ର ଓ ଅଭିଜିତ ଅଭିନନ୍ଦନ ଉପସ୍ଥିତ ରେ ଜିଲ୍ଲା ଭିନ୍ନ କ୍ଷମ ପୁନର୍ବାସ ଠାରେ ରମେଶ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି I ରମେଶ ଙ୍କୁ ସାଇକେଲ ମିଳିବା ପରେ ନିଜର ଦୈନ ଦିନ ଜୀବନରେ ସହାୟକ ହେବ ବୋଲି ଆଶା ରଖିଛନ୍ତି I

Leave A Reply

Your email address will not be published.

12 + 13 =