ଭୁବନ ଆଞ୍ଚଳିକ ସାହିତ୍ୟ ସେବା ପରିଷଦ ତରଫରୁ ନୂତନ ବର୍ଷ ରେ କବିତା ପାଠୋତ୍ସବ ଓ ସାହିତ୍ୟ ଆଲୋଚନା !

ଢ଼େଙ୍କାନାଳ : ଭୁବନ ଅଞ୍ଚଳର କବି , ଲେଖକ , ସାହିତ୍ୟିକ , ସାମ୍ବାଦିକ ଓ କଳାକାର ମାନଙ୍କୁ ନେଇ “ଭୁବନ ଆଞ୍ଚଳିକ ସାହିତ୍ୟ ସେବା ପରିଷଦ” ତରଫରୁ କବିତା ପାଠୋତ୍ସବ ମାଧ୍ୟମରେ ନୂତନ ବର୍ଷ କୁ ସ୍ୱାଗତ କରାଯାଇଥିଲା ।

ନବବର୍ଷ ଅବସରରେ ବରିଷ୍ଠ ନାଗରିକ ସଂଘ ସଭାଗୃହ ଠାରେ ଅନୁଷ୍ଠାନର ସଭାପତି ଆର୍ଯ୍ୟକବି ପଣ୍ଡିତ ଡ. ପ୍ରମୋଦ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ କବିତା ପାଠୋତ୍ସବ ଓ ସାହିତ୍ୟ ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା । ସାଧାରଣ ସମ୍ପାଦକ ଅଶୋକ କୁମାର ସାମଲ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ପ୍ରଶାସକ ହରିଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ ନାରାୟଣ ତ୍ରିପାଠୀ ଯୋଗଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରଫେସର ବିବେକାନନ୍ଦ ପାଣିଗ୍ରାହୀ , ଭୁବନ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ , ଜିଲ୍ଲା ଶିକ୍ଷକ ସଂଘ ସଂପାଦକ ବିପ୍ରବର ସାହୁ , ସାହିତ୍ୟିକ ଡା. ରବୀନ୍ଦ୍ର ସାହୁ ଯୋଗଦେଇଥିଲେ ।

ସଂଗଠନ ସମ୍ପାଦକ ସୁରେନ୍ଦ୍ର କୁମାର ପୃଷ୍ଟି , ଉପସଭାପତି ନାରାୟଣ ସାହୁ , କୋଷାଧ୍ୟକ୍ଷ କବୟିତ୍ରୀ ବିଳାସିନୀ ପୃଷ୍ଟି , ନାଟ୍ୟ ସଂପାଦକ ପ୍ରଶାନ୍ତ କୁମାର ଦ୍ୱିବେଦୀ , ଉପଦେଷ୍ଟା ଲକ୍ଷ୍ମଣ କୁମାର ସାହୁ , ରବିନ୍ଦ୍ର ବିଶ୍ୱାଳ , ଶ୍ରୀଧର ବେହେରା , ବରିଷ୍ଠ ସଦସ୍ୟ ରଥ କିଶୋର ସେଠୀ , ଦୁର୍ଗା ପ୍ରସାଦ ପୃଷ୍ଟି , ହୃଷିକେଶ ସାହୁ , ଚିତ ରଂଜନ ମିଶ୍ର , କବୟିତ୍ରୀ ଲଳିତା ନାୟକଙ୍କ ସମେତ ବହୁ ସଂଖ୍ୟକ କବି , କବୟିତ୍ରୀ ଉପସ୍ଥିତ ରହି ସ୍ୱରଚିତ କବିତା ପାଠୋତ୍ସବ କରି ନବବର୍ଷ କୁ ସ୍ୱାଗତ କରିଥିଲେ ।

ପରେ “ସାହିତ୍ୟ ଦ୍ୱାରା ସମାଜରେ ପରିବର୍ତନ” ଶୀର୍ଷକ ରେ ଆଲୋଚନା ହୋଇଥିଲା । ଉପରୋକ୍ତ ଅତିଥି ମାନେ ଆଲୋଚନାରେ ଭାଗନେଇ ସାରବର୍ଘକ ଭାଷଣ ଦେଇଥିଲେ । ଶେଷରେ ସଂଗଠନ ସମ୍ପାଦକ ସୁରେନ୍ଦ୍ର କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥରଲେ ।

Leave A Reply

Your email address will not be published.

12 − 3 =