ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ !
ଢେଙ୍କାନାଳ : ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ଶାଖାର ଏକ ବୈଠକ ଗତ ତା.୨୫.୧୨.୨୦୨୨ରିଖରେ ଦଧିବାମନ ହାଇସ୍କୁଲ୍ କନ୍ଧରା ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲା ସଂଘ ସଭାପତି ନିରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପଦେଷ୍ଟା ପ୍ରମୋଦ କୁମାର ରାଉତ, ଜିଲ୍ଲା ସଂପାଦକ ନୀଳମଣି ବାରିକ, ଜିଲ୍ଲା କୋଷାଧ୍ୟକ୍ଷ ମିନି ସାହୁ, ଜିଲ୍ଲା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭୋଳେଶ୍ୱର ନାୟକ ଓ ଉପସଭାପତି ରେବତୀ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ଅବସରକାଳୀନ ବୟସ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି, ନିୟୁ ଏ.ଡି.ଡି (ବ୍ଲକ୍ଗ୍ରାଣ୍ଟ) ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଗ୍ରେଡ୍ ପେ ୧୫୦୦ ପରିବର୍ତେ ୨୮୦୦ ଟଙ୍କାକୁ ବୃଦ୍ଧି କରିବା, ରେଗୁଲାର ସରକାରୀ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଯେଉଁ ସୁବିଧା ପାଉଛନ୍ତି ସେସବୁ ମଧ୍ୟ ଦାବୀ କରାଗଲା ।
ତାରିଣୀପଶି ହାଇସ୍କୁଲ୍ ଓ ମରୁଆବିଲି ହାଇସ୍କୁଲ୍ର ଭଉଣୀ ମାନଙ୍କର ସ୍ଥାନୀୟ ନିଯୁକ୍ତି ନିମନ୍ତେ ଦାବୀ ରଖିଛନ୍ତି, ଏଡିଡି ବ୍ଲକ୍ଗ୍ରାଂଟ୍ ଭାଇମାନଙ୍କର ଇପିଏଫ୍ ସୁବିଧା ପାଇଁ ଦାବୀ କରିବା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ସରକାର ଦାବୀଗୁଡିକ ପ୍ରତି ଦୃଷ୍ଟି ଦେଇ ଲାଗୁ କରିବା ଲାଗି ଅନୁରୋଧ କରାଯାଇଥିଲା ।
ଏହି ଅବସରରେ ସଂଘର ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା । ନିର୍ବାଚିତ ହୋଇଥିବା ସଭାପତି ଭାବେ କଙ୍କଡାହା ବ୍ଲକ୍ର ଦୁର୍ଯ୍ୟୋଧନ ସାହୁ, ଉପସଭାପତି ବିଶ୍ୱନାଥ ବେହେରା, ସଂପାଦକ ବିପ୍ରବର ମହାଳିକ, ସହୃ-ସଂପାଦକ ରମାକାନ୍ତ ସାହୁ, କୋଷାଧ୍ୟକ୍ଷ ତ୍ରିନାଥ ଦେହୁରୀ ଓ ୫ଜଣ କମିଟି ମେମ୍ବରକୁ ଅମ୍ବିକା ମହନ୍ତ, ବାଳକୃଷ୍ଣ ସାହୁ, ରମେଶ ସିଂ, ଦମୟନ୍ତୀ ଦେହୁରୀ, ଗୋବର୍ଦ୍ଧନ ମହନ୍ତ ଓ ରୁକ୍ମଣୀ ଦେହୁରୀ ।
ସଭା ଶେଷରେ କଙ୍କଡାହାଡ ବ୍ଲକ୍ର ଯୋଗଦେଇଥିବା ସମସ୍ତ ୪ର୍ଥ ଶ୍ରେଣୀ ଭାଇଭଉଣୀମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି